
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ତାରିଖରୁ ଛଅଦିନ ବ୍ୟାପୀ ଲୋଇସିଂହା କଲେଜରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । କଲେଜର “ଶକ୍ତିଶ୍ରୀ” ନାରୀ ସଶକ୍ତିକରଣ ସେଲ ଆନୁକୂଲ୍ୟରେ ଏହି ଶିବିରଟି ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ପ୍ରାଧ୍ୟାପିକା ଶାନ୍ତିପ୍ରିୟା ହୋତା, ତୃପ୍ତିମୟୀ ନାଏକ, ପ୍ରାଧ୍ୟାପକ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । “ଶକ୍ତିଶ୍ରୀ” ସେଲର ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ପଣ୍ଡା ଏବଂ ସହ ସଂଯୋଜିକା ସୋନାଲି ଶବର ଶକ୍ତିଶ୍ରୀ ସେଲର ଉଦ୍ଦେଶ୍ୟ ତଥା ନାରୀ ସଶକ୍ତିକରଣ ଉପରେ ରଖିଥିଲେ । ସୁଶ୍ରୀ କମଳିନୀ ମହାଲିଙ୍ଗ ଓ ସ୍ନେହଲତା ପାଣ୍ଡେ ଏହି ଶିବିରରେ ପ୍ରଶିକ୍ଷିକା ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଜଗମୋହନ ଦର୍ଜି ସଭା ପରିଚାଳନା କରିଥିବା ବେଳେ ଡ. ଜଳଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।