ସପ୍ତମ ବାର୍ଷିକ କ୍ରୀଡା ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : ସରକାରୀ ଅନୁସୂଚିତ ଜାତି ଓ ଜନ ଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଠାରେ ସପ୍ତମ କ୍ରୀଡା ଉତ୍ସବ ସଙ୍ଗମ ୨୦୨୫ ଉଦଯାପିତ ହୋଇଯାଇଛି । ଏହି ଅବସରର ଖେଳକୁଦରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ସାନ୍ଧ୍ୟ ସମାରୋହରେ ପରିଚାଳନା ସମିତିର ସଭାପତି ଧର୍ମେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜୟପାଟଣା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭବାନୀ ଶଙ୍କର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଅଶ୍ରଫ ଅଲ୍ଲୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ରଶ୍ମିତା ନାୟକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପକ ରମାକାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଷମ ଦଳେଇ କ୍ରୀଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.