csstore

ସାଲେଭଟା ଦୁର୍ଗା ମନ୍ଦିର‌ ପ୍ରତିଷ୍ଠା ଉତ୍ସବ ଉଦଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଠାରେ ପାଞ୍ଚଦିନ ଧରି ଚାଲିଥିବା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅର୍ଦ୍ଧରାତ୍ରରେ ମା’ଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସୋମବାର ସକାଳେ ଚଳନ୍ତି ବିଗ୍ରହଙ୍କୁ ନଗର ପରିକ୍ରମା କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା । ଏହି ଦୃଶ୍ୟକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆବେଗତାର ସହ ଉପଭୋଗ କରିଥିଲେ । ମୁଖ୍ୟକର୍ତ୍ତା ଭାବେ ଆକାଶ ମିଶ୍ର ଓ ତାଙ୍କ ପତ୍ନୀ ଇତିଶ୍ରୀ ମିଶ୍ର ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ହେଉଥିବା ମହିଷାସୁର ଦରବାର ନାଟ୍ୟାଭିନୟରେ ମହିଷାସୁରଙ୍କୁ ମା’ ଅଷ୍ଟଭୁଜା ଦୁର୍ଗା ବଧ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟଦଳ ନିଜ ନିଜ ପାରମ୍ପରିକ ନୃତ୍ୟଗୀତ ପରିବେଶିତ କରିଥିଲେ ଏବଂ ପଞ୍ଚମ ଅନୁଷ୍ଠାନ ବଲାଙ୍ଗିର ତରଫରୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏବଂ ପରେ ବିଭିନ୍ନ ସମ୍ମାନଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବା ଯିବା ସହିତ ମହିଷାସୁର ଏବଂ ତାଙ୍କ ଗ୍ରୁପକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଦରବାରରେ ରାଜ ଅତିଥିଭାବେ ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ, ଆଗଲପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଲୋଇସିଂହା ଥାନା ଆଇଆଇସି ସୁଜ୍ଞାନ କୁମାର ବାରିକ, ସାଲେଭଟା ଫାଣ୍ଡି ବାବୁ ଭରତ ସାହୁ ଯୋଗଦେଇଥିଲେ । ଯାତ୍ରା କମିଟି ସଭାପତି ଗୋପ କୁମାର ପଣ୍ଡା ସମ୍ପାଦକ ନନ୍ଦଲାଲ ପୁଟେଲ, ସନ୍ତୋଷ ସାହୁ, କୋଷାଧକ୍ଷ ଦିଲ୍ଲୀପ ମିଶ୍ରଙ୍କ ସମେତ ସରପଞ୍ଚ ବିଜୟ ବେହେରା, ରାଜୁ ନାଏକ, ସଦାନନ୍ଦ ସାହୁ, ଗୋବିନ୍ଦ ସାହୁ, ଗଙ୍ଗାଶଙ୍କର ସାହୁ, ସେବା ଶତପଥୀ, ଶ୍ରୀକାନ୍ତ ଦାସ, ରିଙ୍କୁ ବିଶ୍ଵାଳ, ଆନନ୍ଦ ପଟ୍ଟନାୟକ, ସୁଶୀଲ ଗୁରୁ, ବିଜୟ ବାବୁ, ନେତ୍ର ସାହୁ, ସତ୍ୟ ରାଉତ, ସୁରେଶ ପଣ୍ଡା, ଦୁର୍ବାସା ସା, ଲକ୍ଷ୍ମଣ ବେହେରା, ସମସ୍ତ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ଏବଂ ଆଖପାଖ ଗାଁ ଲୋକ ମାନଙ୍କ ସାହାଯ୍ୟ ଓ ସହଯୋଗରେ ମା’ଙ୍କ ଯାତ୍ରା ସୁରୁଖୁରୁରେ ସମାପ୍ତ ହୋଇଥିଲା ।

jayashree
Leave A Reply

Your email address will not be published.