ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛତ୍ରପୁର ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଗତ ମଙ୍ଗଳବାର ଉଦ୍‌ଘାଟନ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଭଞ୍ଜନଗରସ୍ଥ ବି.ଡି. ପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଶ୍ୟାମ ପ୍ରସାଦ ମିଶ୍ର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସ୍ୱରୂପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସହଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ । ସୁନୀଳ କୁମାର ଗୌଡ, ଗଞ୍ଜାମ ଜିଲ୍ଲାର ବୌଦ୍ଧିକବର୍ଗ ଅତିଥିଗଣ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ପଦ୍ମଚରଣ ସାହୁ , ହାଇକୋର୍ଟର ଅଧିବକ୍ତା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର, ଭଞ୍ଜବିହାରର ପ୍ରଧାନାଚାର୍ଯ୍ୟ ସନ୍ତୋଷ ମିଶ୍ର, ଗୋପାଳପୁରର ପ୍ରଧାନାଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ ଯୋଗ ଦେଇଥିଲେ । ଏହି ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣରେ ୬ଟି ବିଦ୍ୟାଳୟରୁ ୧୦୭ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷାର୍ଥୀ ଭାବରେ ଯୋଗ ଦେଇଥିଲେ । ସୂଚନା ଅନୁସାରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ଏହି କାର୍ଯ୍ୟକ୍ରମ ଦୀର୍ଘ ତିନି ଦିନ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଏ. ରାବଣା ରାଓଙ୍କ ସହିତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.