csstore

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ନଭେମ୍ବର ୧୧ ତାରିଖ ଠାରୁ ୩ ଦିନ ବ୍ୟାପୀ ପ୍ରଭାବତୀ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସମାଜସେବୀ ଶ୍ରୀମତି ଅଞ୍ଜଳି ବେହେରା, ସନ୍ତୋଷ ମହାନ୍ତି, ଶ୍ରୀମତି ଶ୍ୟାମାଲତା ଅଗ୍ରୱାଲ ଉପସ୍ଥିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜଟି, ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଡାଇରେକ୍ଟର ଏଡ୍‌ମିନ୍ ଧରିତ୍ରି ମହାନ୍ତି, ମୁଖ୍ୟ କୋର୍ଡିନେଟର ଶ୍ରୀମତି ଅନୁପମା ଚୌଧୁରୀ ଦାୟିତ୍ଵ ତୁଲାଉଥିବା ବେଳେ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରୁଥିଲେ ଖେଳ ଶିକ୍ଷକ ଧବଳେଶ୍ଵର ଦଳ ବେହେରା, ଶତୃଘ୍ନ ନାଏକ, ଲବ ସୁନାନି ଏବଂ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ । ଉଦ୍‌ଯାପନୀ ଉତ୍ସବରେ ଅଭିଭାବକ ମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.