pakka

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଯାପିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାରଠାରୁ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ନାଟବାଦୀ-ନାଟଯାତ୍ରାରେ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗିରର ୭ଟି କୋଶଲି ନାଟକ ପ୍ରଦର୍ଶିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ଓ ଦେଓଗାଁ ବ୍ଲକର ଚାରୋଟି ନାଟ୍ୟ ଅନୁଷ୍ଠାନ ରାମଳୀଳା ପ୍ରଦର୍ଶନ କରିଥିଲେ । ଆଜି ଉଦ୍‌ଯାପନୀ ଉତ୍ସବରେ ସାଇଟ ଇଂଞ୍ଜିନିୟରିଂ ଓ ସାଇଟ ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଂଞ୍ଜିନିୟରିଂ ଛାତ୍ର ଦେବାଶିଷ ସୁନା ସୋଲୋ ନୃତ୍ୟ କରିଥିବା ବେଳେ ନର୍ସିଂ ଛାତ୍ରୀ ରଶ୍ମି ହୋତା ତଥା ହୋମିଶକ୍ତି ବାଗ, ରାମାକାନ୍ତି ଭୋଇ, ଦାନୀ ସାହୁ ଓ ସ୍ୱେତାରାଣୀ ବାରିକ ନିଜନିଜ ଦଳ ସହ ଦ୍ୱୈତ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ପୁରାତନ ଷ୍ଟାପ୍‌ନର୍ସ ଛାତ୍ରୀ ଜ୍ୟୋତିପ୍ରଭା ମହାନ୍ତିଙ୍କ ରାଜସ୍ଥାନୀ ଡେନ୍ସ ସମସ୍ତଙ୍କୁ ମୁଗ୍ଧ କରିଥିଲା । ମୁଖ୍ୟ ଅତିଥି ଭାବରେ ଓଡିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ସ୍ଥାନୀୟ ସମିତି ସଭ୍ୟ ଗୋଲାପ ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି କୃତି କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ପୁନଶ୍ଚ ଉଚ୍ଚକୋଟୀର ରାମଲୀଳା ଅଭିନୟ କରିଥିବା କୁନ୍ଦେଇମାଲର ଶ୍ରୀଦୁର୍ଗା ଗଣନାଟ୍ୟ, ସଦାଇପାଲିର ନିରାକାର କଳା ପରିଷଦ, ଚିକଲ ବାହାଲର ଜୟ ହନୁମାନ ନାଟ୍ୟ କଳାପରିଷଦ ଓ ଚନ୍ଦ୍ରପୁରର ଶ୍ରୀ ରାମଜୀ କଳା ପରିଷଦର କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା । ତାପରେ ବିଚାରକ ମଣ୍ଡଳୀର ସଦସ୍ୟ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ନାଟ୍ୟକାର ସନାତନ ଠାକୁର, ଲୀଳା ନାଟକ ଗବେଷକ ଡ. ସୁଧାଂଶୁ ପଟ୍ଟନାୟକ ଓ ପଦ୍ମଚରଣ ଆଚାର୍ଯ୍ୟଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ନାଟ ବାଦୀ-ନାଟଯାତ୍ରାର ଆବାହକ ହରିନାରାୟଣ ପୂଜାରୀ ଅଧ୍ୟକ୍ଷତା କରିଥିଲେ ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ନାଟ୍ୟକାର ପ୍ରଶାନ୍ତ ଖମାରୀ ମଂଚ ପରିଚାଳନା କରିଥିବା ବେଳେ ଅଶୋକ ପଧାନ ଓ ମଧୁସୁଦନ ନାୟକ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, କମରୁନ୍‌ ନିଶା, ନନ୍ଦଲାଲ ସାଏ, ରମେଶ ନାଏକ, ବିରଂଚି ସାଏ, ଲୋକନାଥ ସିଂହ, ରାମ ଦାଶ, ପ୍ରହଲ୍ଲାଦ ଦର୍ଜି ପ୍ରମୁଖ ଉତ୍ସାହିତ କରିଥିଲେ । ଶେଷରେ ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

sixteen − 9 =