ସାମୁଦ୍ରିକ ମତ୍ସ୍ୟଜୀବି ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମର ଗୋଖରକୁଡା ମତ୍ସ୍ୟ ଅବତରଣ କେନ୍ଦ୍ରଠାରେ ସାମୁଦ୍ରିକ ମତ୍ସ୍ୟଜୀବିଙ୍କୁ ନେଇ ଏକ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ)ସୁବ୍ରତ କୁମାର ପଟ୍ଟନାୟକ ଅଧକ୍ଷତା କରିଥିଲେ । ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଉପସ୍ଥିତ ମତ୍ସ୍ୟଜୀବିଙ୍କୁ ଅବଗତ କରାଇଥିଲେ । ମତ୍ସ୍ୟ ଅଧିକାରୀ ବିଶ୍ୱଭୂଷଣ ଜେନା ଯୋଗଦେଇ ଓମ୍ପାର ୧୯୮୨ ନିୟମ ଓ ଏହାର ପରିଚାଳନା ନେଇ ଆଲୋଚନା କରିଥିଲେ । ଏଥିସହ ମାଛ ଧରା ନିଷେଧ ସମୟରେ ଥିବା ନିୟମାବଳୀ ଉପରେ ଅବଗତ କରିଥିଲେ । ତତ୍‌ସଙ୍ଗେ ସଙ୍ଗେ ନୂତନ ଡ଼ଙ୍ଗା, ଜାଲ, ଇଞ୍ଜିନ ଓ ଅନ୍ୟାନ ଅନୁଷଙ୍ଗିକ ଜିନିଷ ପାଉଛ ନା ନାହିଁ ପଚାରି ବୁଝିଥିଲେ । ମତ୍ସ୍ୟ ଅଧିକାରିଣୀ ପୂଜାରାଣୀ ସାହୁ ବିଭାଗ ତରଫରୁ ବିବରଣୀ ଉପସ୍ଥାପନା କରିଥିଲେ । ଗୋଖରକୁଡା ସମବାୟ ସମିତି ସଭାପତି ଏନ୍‌. କାଶୀ ଓ ସମ୍ପାଦକ ଡାବୁଲୁ ସୀମାଦ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ଶିବିରରେ ମତ୍ସ୍ୟ ବିଭାଗର ଅନ୍ୟାନ କର୍ମକର୍ତ୍ତାଙ୍କ ସମେତ ସାଗର ମିତ୍ର ଓ ମତ୍ସ୍ୟଜୀବିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − fifteen =