pakka

କପିଲାଭଟାରେ ମୋ ବ୍ୟାଙ୍କ ଉଦ୍‌ଘାଟିତ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ମୋ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ସାରା ଓଡ଼ିଶାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ବ୍ୟାଙ୍କଙ୍କୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ମୋ ବ୍ୟାଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ ଫିତା କାଟି ଷ୍ଟେଟ ବ୍ୟାଙ୍କକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବ୍ୟାଙ୍କ ଶାଖା ପରିଚାଳକ ମିତ୍ରଭାନୁ ବିଶି, ତେଜରାଜ ଭୋଇ, ଯୁବନେତା ଧର୍ମେନ୍ଦ୍ର ଦାସ, ଜିଓଟେଗ ଡଗରେ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଜିପିଓ ପୁରୁଷୋତ୍ତମ ମାଝୀ ମୋ ବ୍ୟାଙ୍କ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ବ୍ୟାଙ୍କ କାର୍ଯ୍ୟରେ ଆଗରୁ ବୃଦ୍ଧ, ବୃଦ୍ଧାଙ୍କୁ ନାନା ସମସ୍ୟା ଭୋଗିବାକୁ ପଡୁଥିଲା । ସ୍ଥାନୀୟ ପଞ୍ଚାୟତରେ ମୋ ବ୍ୟାଙ୍କ ହେବାରୁ ଅଞ୍ଚଳର ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ଗ୍ରାମ ପଞ୍ଚାୟତରେ ମୋ ବ୍ୟାଙ୍କ ଉଦ୍‌ଘାଟିତ ହେବାରୁ ଶହ ଶହ ଏସ୍‌ଏସ୍‌ଜି ମହିଳା ତଥା ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × 2 =