csstore

ଖାସବାହାଲରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଖାସବାହାଲ ଗାୟତ୍ରୀ ପରିବାର ଦ୍ୱାରା ଗତ ୨ ଦିନ ଧରି ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ରବିବାର ମହାଆଡମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଭଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମ ଯାନୀ ପଡିଆଠାରେ ଆୟୋଜକ ପରମାନନ୍ଦ ରଣା ତାଙ୍କ ଧର୍ମପତ୍ନୀ ହେମଲତା ରଣାଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ପୂଜକ ସୁଶାନ୍ତ ମାଝୀ ପୂଜାର୍ଚ୍ଚନା କରିଥିବା ବେଳେ ଦେବାନନ୍ଦ ରଣା, ଦୁଲ୍ଲଭି ରଣା, ଚନ୍ଦ୍ରଧୂଜ ଭାଟି, ମୋହନ ଯାନୀ, ରମାଞ୍ଚକ ବଗର୍ତ୍ତୀ, ହରି ଭୋଇ, ଯୁଗଲାଲ ବଗର୍ତ୍ତୀ, ସଦାଶିବ ମାଝୀ ପ୍ରମୁଖ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ଏହି ଗାୟତ୍ରୀ ମହାଯଜ୍ଞରେ ମୁଖ୍ୟ କର୍ତ୍ତା ଭାବରେ ବିକାଶ କୁମାର ରଣା ଓ ତାଙ୍କ ଧର୍ମ ପତ୍ନୀ ଗୀତିକା ରଣା ପୂଜା ଦାୟିତ୍ୱ ତୁଳାଇଥିଲେ । ଏହି ପୂଜାରେ ସରୋଜ ରଣା, ନିତ୍ୟା ରଣା, ଲକ୍ଷଣ ରଣା, ସୁଶାନ୍ତ ସାହୁ, ମନୋଜ ସାହୁ, ଇଶ୍ୱର ସାହୁ, ବିଜୁ ସାହୁ, କୁନୁ ରଣା ପ୍ରମୁଖ କର୍ତ୍ତା ଦାୟିତ୍ୱ ତୁଳାଇବେ । ଏଥିରେ ଯଜ୍ଞ ସଂଚାଳକ ଭାବେ ଚନ୍ଦ୍ରଭାନୁ ରଣା ପ୍ରବଚକ ପ୍ରଦାନ କରୁଥିବା ବେଳେ କୁନୁ ଥପା, ଭରତ ନାଗ ଓ କୁମାରୀ ଗୀତା ବରିହା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯଜ୍ଞ କମିଟି ସଭାପତି ପ୍ରଫୁଲ୍ଲ ସାହୁ, ରିଙ୍କୁ ରଣା, ରଜନୀ ରଣା, ଯୁଗଳ କିଶୋର ରଣା, କୁଶ ସାହୁ, ଗଜପତି ରଣା, ପୃଥ୍ୱୀରାଜ ରଣା, ବଦୈନାଥ ରଣା, ନିର୍ମଳ ସାହୁ, ମଣ୍ଟୁ ସାହୁ, ସାନ ସାହୁଙ୍କ ସମେତ ଗାୟତ୍ରୀ ପରିବାର, ସମସ୍ତ ସଭ୍ୟ ସଭ୍ୟା ଓ ଖାସବାହାଲ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.