jayashree

ଜୁନିୟର ରେଡକ୍ରସ ତରଫରୁ ଜଳଛତ୍ର ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର ଆହ୍ୱାନ କ୍ରମେ ଡୁଙ୍ଗୁରିପାଲି ବ୍ଲକର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ସ୍ଥାନୀୟ ଆରଏମସି ସାପ୍ତାହିକ ବଜାର ପରିସରରେ ଜଳଛତ୍ର ତଥା ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଜନସାଧାରଣଙ୍କୁ ଗ୍ରୀଷ୍ମରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାନୀୟ ଜଳ, ଦହି ସରବତ, ଜଲଜିରା ପାଣି, ବେଲ ପଣା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୨୭ ଏପ୍ରିଲ ଗୁରୁବାର ଦିନରୁ ଆରମ୍ଭ ହୋଇଥିବା ଏହି ଜଳଛତ୍ର କାର୍ଯ୍ୟକ୍ରମ ୫ ଗୋଟି ଗୁରୁବାର ପରେ ଆଜି ଗୁରୁବାର ସାପ୍ତହିକ ବଜାର ଦିନରେ ଉଦ୍‌ଯାପିତ ହୋଇଯାଇଛି । ଅଂଚଳର କିଛି ସ୍ୱେଚ୍ଛାସେବୀ ଏବଂ ବଦାନ୍ୟ ଅନୁଷ୍ଠାନ ସ୍ୱଇଚ୍ଛାରେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୁନିୟର ରେଡକ୍ରସର ମାନବୀୟ ସେବାର ପ୍ରଶଂସା କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପଧାନ, ଡୁଙ୍ଗୁରିପାଲି ଦିବ୍ୟ ଜୀବନ ସଂଘର ସଭାପତି ଲକ୍ଷ୍ମୀଧର ନାଏକ, ଡୁଙ୍ଗୁରିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ, ଦିଗସିରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ, କରଲାଜୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ମେଘନାଦ ବେହେରା, ଚେରୁପାଲି ହାଇସ୍କୁଲର ଡୋଲାମଣି ଭୁକ୍ତା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସାଧନକର୍ମୀ ତପସ୍ୱିନୀ ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବିସିସି ନିମାଇଁ ଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ ସାଧନକର୍ମୀ ଚନ୍ଦ୍ରମଣି ବାଘ, ହୃଷିକେଶ ଡାଙ୍ଗ, ପରାମର୍ଶଦାତା ଦୌଲତ ସା’, ଧ୍ରୁବ ଚରଣ ବାରିକ, କୁମୁଦ କୁମାର ମଟାରୀ, ଦେବକୀ ବାଘ, ଅମ୍ଲାନ ପଣ୍ଡିଆ, ଶୋଭାଚନ୍ଦ୍ର ବାରିକ, ଆକୁନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ନିମାଇଁ ଚରଣ ମଲ୍ଲିକ ପରିଚାଳନା କରିଥିଲେ ।

Leave A Reply

Your email address will not be published.