ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର କାରାଟେ ସ୍କୁଲ ଆନୁକୂଲ୍ୟରେ ତା.୦୫.୦୫.୨୦୨୩ରୁ ତା.୧୪.୦୫.୨୦୨୩ ୧୦ ଦିନ ଧରି ଚାଲିଥିବା ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରକୁ କାରାଟେ ଇଣ୍ଡିଆ ଅର୍ଗାନାଇଜେସନର ଅଧିସ୍ୱୀକୃତ ଗ୍ରୀଷ୍ମ ପ୍ରଶିକ୍ଷକ ହୃଦୟ ଶବର ଓ ଚନ୍ଦ୍ର ଶେଖର ସେଠଙ୍କ ତତ୍ତ୍ୱାବଧାନରେ ୫୨ ଜଣ ଛାତ୍ରଛାତ୍ରୀ ତାଲିମ ନେଇଥିଲେ । ଶିବିରରେ କାରାଟେ, ଯୋଗ, ଆତ୍ମରକ୍ଷା କୌଶଳ, ଲାଠି ଓ ଅସ୍ତ୍ର ଚାଳନ ପ୍ରଶିକ୍ଷଣ ଦିଆଯାଇଥିଲା । ସ୍କୁଲର ସଭାପତି ସଚିନ ନାଗ ଯାଦବ ମଂଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମହିମୁଣ୍ଡା ୧୯ ନଂ. ଜୋନ୍‌ର ସମିତି ସଭ୍ୟା ବବିତା ପୁଟେଲ ମଞ୍ଚାସୀନ ହୋଇ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଯାଦବ ନାଏକ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଅଭିଭାବକ ମନଗୋବିନ୍ଦ ମେହେର, ବଦ୍ରିନାଥ ହୋତା, ରାଜେନ୍ଦ୍ର ବାଗ, ବିଜୟ ସିଂ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

7 + nineteen =