jsm

ରେଙ୍ଗାଲୀ ରୟାଲ ଷ୍ଟ୍ରାଇକର କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ

csstore

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ଆମ୍ବଗଛ ଖେଳପଡିଆ ଠାରେ ୪ର୍ଥ ରେଙ୍ଗାଲୀ ରୟାଲ ଷ୍ଟ୍ରାଇକର କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବ୍ଲକ ତଥା ବ୍ଲକ ବାହାରୁ ୧୬ଟି ଟିମ୍‌ ଖେଳିବା ପାଇଁ ଆସିଥିବା ବେଳେ ଫାଇନାଲ ମ୍ୟାଚ୍‌ଟି ପିପଲପଦର ଓ କୁମାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍‌ରେ ପିପଲପଦର ବିଜେତା ହୋଇଥିବା ବେଳେ କୁମାରୀ ଦଳ ଉପବିଜେତା ହୋଇଥିଲା । କମିଟି ସଭାପତି ସନ୍ତୋଷ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଫାଇନାଲ ଖେଳରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ଚାନ୍ଦୁଲାଲ ଭୋଇ, ସମାଜସେବୀ ସାମୁଏଲ ନନ୍ଦ, ଈଶ୍ୱର ହରପାଲ, ୱାର୍ଡ ସଭ୍ୟ ରାଜକୁମାର ଭୋଇ, ପ୍ରମୋଦ ତାଣ୍ଡି, ବେଦବ୍ୟାସ ଭୋଇ ଓ ମକରଧ୍ୱଜ ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭରତ ବାଗ ଓ ବିଜୟ ବିଶି ଖେଳ ପରିଚାଳନା କରିଥିବା ବେଳେ ବିଶ୍ୱମ୍ବର ଦାସ ସ୍କୋର ଦାୟିତ୍ଵ ତୁଳାଇ ଥିଲେ । କାର୍ତ୍ତିକ ନାଗ ଓ ଯୁଗଲାଲ ନାଗ ଧାରା ବିବରଣି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଭୋଇ, ଅରବିନ୍ଦ ବାଗ, ମନବୋଧ ମାଝୀ, ଲିଙ୍ଗରାଜ ବାଗ, ରାନୁ ମାଝୀ, ଶ୍ରୀପତି ଭୋଇ, ଟୁନା ନାଗ, ଜିତେନ ଭୋଇ ଓ ମୋନୋଜ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.