pakka

ସର୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତର ଉଦ୍‌ଯାପନି ଉତ୍ସବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ଥିତ ସରକାରୀ ମହିଳା ମହା ବିଦ୍ୟାଳୟର ଅଡିଟୋରିୟମ ଠାରେ ନେହେରୁ ୟୁବକ କେନ୍ଦ୍ର ଭାରତ ସରକାର, ବଲାଙ୍ଗିର ଏବଂ ଜାତୀୟ ସେବା ଯୋଜନା ମହିଳା ବିଦ୍ୟାଳୟଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଉଦ୍‌ଯାପନି ଉତ୍ସବ ଏବଂ ଲୌହମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା କୁମାରୀ ସିଙ୍ଗଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ. ଭି ନରସିମ୍ହା କୁମାର, ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବକ କେନ୍ଦ୍ର ବଲାଙ୍ଗିର, ମନୋରଂଜନ ମିଶ୍ର, ଅଧ୍ୟକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର, ହେମନ୍ତ କୁମାର ମଲ୍ଲିକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଜାତୀୟ ସେବା ଯୋଜନା ଏବଂ ବିପିନ ବିହାରୀ ଜେନା, କାର୍ଯ୍ୟକ୍ରାମ ସହାୟକ ନେହେରୁ ଯୁବକ କେନ୍ଦ୍ର ବଲାଙ୍ଗିର । ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଲୋକ ସଭା ସାଂସଦ ଶ୍ରୀମତି ସିଙ୍ଗଦେଓ ସର୍ଦ୍ଧାର ବଲ୍ଲଭ ପଟେଲଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାଂସଦ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ୱଚ୍ଛତା କିପରି ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଏକ ଅଂଶ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଅହ୍ୱାନ ଦେଲେ ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନ ଓ ଦର୍ଶନ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଂଜନ ମିଶ୍ର ଲୌହ ମାନବ ପଟେଲଙ୍କର ଜୀବନ ଦର୍ଶନ ସହିତ ତାଙ୍କ ଜନ୍ମଦିନକୁ କାହିଁକି ଏକତା ଦିବସ ରୂପେ ପାଳନ କରାଯାଉଛି । ତା ବିସ୍ତୃତ ଭାବରେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସମବେତ ସ୍ୱେଚ୍ଛାସେବୀଙ୍କ ଆଗରେ ଉପସ୍ଥାପନା କରିଥିଲେ । ପ୍ରକାଶ ଥାଉକି ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଉପସ୍ଥିତ ଯୁବକ ଯୁବତୀ ବନ୍ଦେମାତରଂ ସାମୁହିକ ଗାନ କରିବା ସହିତ ଏକତା ଦିବସର ଶପଥ ପାଠ କରିଥିଲେ । ସଭାପରେ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଏନ୍‌ୱାଇଭି ଜାତୀୟ ସେବା ଯୋଜନାର ସ୍ୱଚ୍ଛାସେବୀ ବୃନ୍ଦଙ୍କୁ ସବୁଜ ପତାକା ଦେଖାଇ ସ୍ୱଚ୍ଛ ଭାରତର ଅନ୍ତିମ ଦିନରେ ଏକ କାଳୀନ ବ୍ୟବହାର ଯୋଗ୍ୟ ପଲିଥିନ ଏବଂ ପ୍ଲାଷ୍ଟିକ ସଂଗ୍ରହ କରିବା ପାଇଁ ବାହାରିଥିଲେ ଏବଂ ଏଥିରେ ପୌରପରିଷଦରୁ ଆସିଥିବା ବର୍ଜ୍ୟବସ୍ତୁ ସଂଗ୍ରହ ଯାନରେ ସ୍ୱେଚ୍ଛା ସେବୀମାନେ ସଂଗୃହିତ ଆବର୍ଜନାକୁ ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକ କେନ୍ଦ୍ର ସମସ୍ତ ବ୍ଲକର ଜାତୀୟ ସ୍ୱେଚ୍ଛା ସେବୀ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମସ୍ତେ ଦଣ୍ତାୟମାନ ହୋଇ ଜାତୀୟ ସଂଗୀତ ଗାନ କରି ସମସ୍ତଙ୍କୁ ସାଧୁବାଦ ଦେଇ ସଭା ସାଂଗ କରାଯାଇଥିଲା ।

Leave A Reply

Your email address will not be published.

12 + ten =