pakka

ନିଷ୍ଠା ପରିବାର ଓ ଜୀବନ ସଂଯୋଗର ମିଳିତ ଉଦ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୬୦ୟୁନିଟ ରକ୍ତ ସଂଗୃହିତ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ଓ ଜୀବନ ସଂଯୋଗର ମିଳିତ ଆନୁକୁଲ୍ୟରେ ତାଳଶ୍ରୀଗିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସରପଞ୍ଚ ଧରିତ୍ରୀ ସାହୁ ଓ ଗାଁର ଭଦ୍ର ବ୍ୟକ୍ତିମାନେ ଫିତା କାଟି ଶୁଭ ଉଦ୍‌ଘାଟନ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୬୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ୧୦ଜଣ ମହିଳା ଓ ୫୦ଜଣ ପୁରୁଷ ସ୍ଵତଃପୂର୍ତ୍ତ ଭାବରେ ରକ୍ତଦାନ କରିଥିଲେ, ଏହି ଶିବିରରେ ୪୦ଜଣ ନୂଆଁ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଅବସରରେ ଗାଁର ପୁରୁଣା ରକ୍ତଦାତାମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ୟ୍ୟର୍ଯ୍ୟକ୍ରମରେ ନିଷ୍ଠାର ଉପଦେଷ୍ଠା ବିଦ୍ୟାଧର ଭୋଇ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, ତ୍ରିର୍ମଳ ସାହୁଙ୍କ ସହ ଅନ୍ୟ ସଦସ୍ୟ, ଯୁବକ ବନ୍ଧୁ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଶେଷରେ ଗାଁରେ ପ୍ରଥମ ଥର ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଟିମ୍ ଜୀବନ ସଂଯୋଗକୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

4 + 5 =