
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁର୍ଲୁମାଲ ଗ୍ରାମର ବେଟକାର ପଡ଼ାରେ ଗତରାତିର ପ୍ରବଳ ବର୍ଷା ଓ ଝଡ଼ ପବନରେ ଗୋବର୍ଦ୍ଧନ ବରିହାଙ୍କ ଘରର ଆଜବେଷ୍ଟର ଛାତ ଉଡ଼ିଯାଇଛି । ଫଳରେ ୧୧ ଜଣ ସଦସ୍ୟ ବିଶିଷ୍ଟ ପରିବାରଟି ଏବେ ଅସହାୟ ଅବସ୍ଥାରେ ରହିଛି । ଘଟଣା ସମୟରେ ଘରେ ଛୋଟ ଛୋଟ ଶିଶୁ ଥିଲେ ମଧ୍ୟ କୌଣସି ପ୍ରାଣହାନୀ ଘଟିନାହିଁ । ସେହିପରି ପଡ଼ାର ଆଉ କିଛି ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କ୍ଷତିଗ୍ରସ୍ତ ପରିବାର ସରକାରୀ ସହାୟତା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତହସିଲଦାର ଉପସ୍ଥିତ ନଥିବାରୁ ଭେଟି ପାରିନଥିଲେ । ଘଟଣାର ତଦନ୍ତ କରି ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।