centurian jitm

ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ

ରାଉରକେଲା : ଜାମ୍ମୁକାଶ୍ମୀରକୁ ବୁଲିବାକୁ ଯାଇ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ । ତହିଁରେ ରାଉରକେଲାର ଗୋଟିଏ ପରିବାର ଥିବା ଜଣାପଡ଼ିଛି । ଜାମ୍ମୁକାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ରାଉରକେଲା ସେକ୍ଟର-୩ ନିବାସୀ ଅଶ୍ୱିନୀ ଜ୍ୟୋତି(ପ୍ରିନ୍ସ) ତାଙ୍କ ସହଧର୍ମିଣୀ ଓ ଦେଢବର୍ଷର ପୁଅ ସେଠାରେ ଫସି ରହିଛନ୍ତି । ରାଉରକେଲାକୁ ଅଶ୍ୱିନୀଙ୍କ ସୁରକ୍ଷିତ ପହଞ୍ଚିବାକୁ ନେଇ ଉଦ୍ୟମ କରିବାକୁ ତାଙ୍କ ଭଉଣୀ ନୀଲମ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସୂଚନା ମୁତାବକ, ଏପ୍ରିଲ ୨୦ ତାରିଖରେ ସେ ରାଉରକେଲାରୁ ଟ୍ରେନ୍ ଯୋଗେ ରାଞ୍ଚି ଯାଇଥିଲେ । ଏହାର ପର ଦିନ ଅର୍ଥାତ ୨୧ ତାରିଖ ୧୨ଟା ୩୦ରେ ରାଞ୍ଚିରୁ କଲିକତା ଏବଂ ସେଠାରୁ ଶ୍ରୀନଗର ଯିବାର ଥିଲା । କିନ୍ତୁ କୌଣସି କାରଣ ବଶତଃ ଫ୍ଲାଇଟର ସମୟ ବଦଳିଥିଲା । ଯାହାଫଳରେ ଦିନ ୧୨ଟା ପରିବର୍ତ୍ତେ ସକାଳ ୯ଟା ୩୦ରେ ରାଞ୍ଚିରୁ ଦିଲ୍ଲୀ ଓ ସେଠାରୁ ଶ୍ରୀନଗର ଯାଇଥିଲା । ଅଶ୍ୱିନୀ ତାଙ୍କ ପରିବାରଙ୍କ ସହିତ ଶ୍ରୀନଗରର ଏକ ହାଉସ ବୋର୍ଟରେ ରାତ୍ରି ଯାପନ କରିଥିଲେ । ପରଦିନ ଅର୍ଥାତ ୨୨ ତାରିଖ (ଅଘଟଣ ଦିନରେ) ଶ୍ରୀନଗରରୁ ଅଶ୍ୱିନୀ ନିଜ ପରିବାର ସହ ଜାମ୍ମୁ-କାଶ୍ମୀର ପହଲଗାମକୁ କାର୍‌ ଯୋଗେ ଯାତ୍ରା ଆରମ୍ଭ କରିଥିଲେ । ଏହି ରାସ୍ତାରେ ଗଲାବେଳେ ତାଙ୍କ ଭଉଣୀ ନୀଲମ ସହ କଥାବାର୍ତ୍ତା ହୋଇ ଯାଉଥିଲେ । ଘଟଣା ଘଟିବା ସ୍ଥାନକୁ ପହଞ୍ଚିବାର ଠିକ ଦୁଇ ମନିଟ୍ ପୂର୍ବରୁ ଅଶ୍ୱିନୀ ତାଙ୍କ ଭଉଣୀଙ୍କୁ କହିଲେ ମୁଁ ବୁଝି ପାରୁନି ଆମ ଗାଡ଼ି ଉପରେ ବହୁତ ଗୁଡ଼ାଏ ହେଲିକ୍ୟାପ୍ଟର ଉଡ଼ୁଛି ଏବଂ ଭାରତୀୟ ସୈନିକ ମାନଙ୍କ ଗାଡ଼ି ଆସି ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରୁଛନ୍ତି । ଏହା କହିବା ପରେ ତାଙ୍କ ଫୋନ୍‌ଟି ହଠାତ କଟିଯାଇଥିଲା । ଫୋନ୍ କଟିଯିବା ପରଠୁ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି । ରାଉରକେଲାକୁ ଅଶ୍ୱିନୀଙ୍କ ସୁରକ୍ଷିତ ପହଞ୍ଚିବାକୁ ନେଇ ଉଦ୍ୟମ ସକାଶେ ତାଙ୍କ ଭଉଣୀ ନୀଲମ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.