
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଛକରେ ଚାଞ୍ଚଲ୍ୟ । ପାଣିଟାଙ୍କି ନିକଟ ମୁଡ଼ାରୁ ମୁଣ୍ଡ ବିହୀନ ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ସ୍ଥାନୀୟ ଲୋକେ ଦେଓଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ମୁଣ୍ଡ ନଥିବାରୁ ଘଟଣାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି । ଏହା ହତ୍ୟାକାଣ୍ଡ ନା ଅନ୍ୟ କୌଣସି ଘଟଣା, ସେନେଇ ପୋଲିସ ଛାନଭିନ ଜାରି ରଖିଛି । ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡ଼ିବା ପରେ ଘଟଣାର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ ।