
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମ ଗଙ୍ଗା ଦେବୀ ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବୁଧବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ନଦୀ ଜଳରେ ସକାଳେ ଜଣେ ଯୁବତୀଙ୍କ ମୃତ ଦେହ ଓ ଅପରାହ୍ନରେ ଜୈନେକ ଯୁବକଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ଗଞ୍ଜାମ ଥାନାକୁ ଖବର ଦେଇଥିଲେ । ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନଦୀରୁ ଯୁବତୀ ଓ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଯୁବତୀ ଓ ଯୁବକ ଦୁଇ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ଆନୁମାନିକ ବୟସ ୧୮ ଓ ୨୦ ହେବ ଅନୁମାନ କରାଯାଉଛି । ମୃତ ଦେହ ଉଦ୍ଧାର କରି ଗଞ୍ଜମ ଥାନା ପୋଲିସ ବ୍ୟବଛେଦ ନିମନ୍ତେ ମେଡିକାଲ ପଠାଇଛି । ସେହିପରି ଅପରାହ୍ନ ସମୟରେ ଗଞ୍ଜାମ ଥାନା ପୁଲିସ ଜେଟି ଘର ନିକଟସ୍ଥ ନଦୀ ଜଳରୁ ଜୈନେକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି । ଗୋଟିଏ ଦିନରେ ଦୁଇ ଦୁଇଟି ଶବ ଉଦ୍ଧାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।