om academy

ମା’କୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲା ପୁଅ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୂଅରେ ପଡ଼ିଯାଇଥିବା ମା’କୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲା ପୁଅ । କୋମନା ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ମା’, ପୁଅ ଉଭୟଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଖବର ଅନୁସାରେ ସକାଳେ କୂଅ କଡ଼ରେ ବସିଥିବା ବେଳେ ମହିଳା ଜଣକ ଖସିପଡ଼ିଥିଲେ । ତାଙ୍କ ବୟସ ୬୬ ବୋଲି ଜଣାପଡିଛି । ମା’ କୂଅରେ ପଡ଼ିଯିବା ଦେଖି ପୁଅ ମଧ୍ୟ ୨୦ ଫୁଟ କୂଅକୁ ଡେଇଁ ପଡ଼ିଥିଲା ।

Leave A Reply

Your email address will not be published.

17 − six =