om academy

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ଵାରା ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି ଉଦ୍‌ଘାଟିତ

jsm

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, ଅନୁଗୋଳ ଜିଲ୍ଲାର ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି କେନ୍ଦ୍ର ଉଦ୍‌ଘାଟନ ଅବସରରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ ଜେନା, ସଂପାଦକ ଗଗନ ବିହାରୀ ପ୍ରଧାନ ଏବଂ ଗ୍ରାମର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ, କମ୍ୟୁନିଟି ଲିଡରଙ୍କ ସହ ତୃଣମୂଳ ସ୍ତରରେ ପରିବର୍ତନ ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ରାହାସବାଡି ହେଉଛି ଗ୍ରାମାଞ୍ଚଳର କେନ୍ଦ୍ରରେ ଅବସ୍ଥିତ ଭିତ୍ତିଭୂମି, ଯାହାକି ଗ୍ରାମର କଳା, ସଂସ୍କୃତି ଏବଂ ଐତିହକୁ ଦର୍ଶାଇ ଥାଏ । ଏହି ରାହାସବାଡି ମୁଖ୍ୟତଃ ଓଡିଶାର ବିଭିନ୍ନ ଜିଲ୍ଲା, ପଶ୍ଚିମ-ବଙ୍ଗ ଏବଂ ଛତିଶଗଡ ରାଜ୍ୟରେ ଦେଖା ଯାଇଥାଏ । ଏହା ଗ୍ରାମରେ ସାମାଜିକ । ସାଂସ୍କୃତିକ ଏକତା ରକ୍ଷା କରିବା ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଜେଏସ୍‌ପି ଫାଉଣ୍ଡେସନ ଦ୍ଵାରା ନିର୍ମିତ ହୋଇଥିବା ଏହି ସାମାଜିକ ଭିତ୍ତିଭୂମିର ଉଦ୍‌ଘାଟନ କରିବା ଅବସରରେ ହୃଦୟେଶ୍ଵର ଝା କହିଥିଲେ ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟରତ । ସମାଜର ବହୁମୁଖୀ ଉନ୍ନତି ନିମନ୍ତେ, ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ ଦ୍ଵାରା ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ମୁଁ ଆଶା କରୁଅଛି, ଜାମୁଣ୍ଡା ଜଙ୍ଗଲ ଗ୍ରାମରେ ନିର୍ମିତ ଏହି ରାହାସବାଡି କେନ୍ଦ୍ର ମାଧ୍ୟମରେ ଗ୍ରାମବାସୀମାନେ ସେମାନଙ୍କର ଉଚିତ ମତ ଏବଂ ଚିନ୍ତାଧାରା ଉପସ୍ଥାପନ କରିବା ସହ ଗ୍ରାମର ପ୍ରଗତି, ଆପୋଷ ଭାଇ-ଚାରା ଏବଂ ପାର୍ଶ୍ଵବର୍ତୀ ଆଞ୍ଚଳରେ ସାମାଜିକ ଏକତା ବଜାୟ ରହି ପାରିବ । ରାହାସବାଡି କେନ୍ଦ୍ର ଉଦ୍‌ଘାଟନ ନିମନ୍ତେ ଜାମୁଣ୍ଡା ଜଙ୍ଗଲ ଗ୍ରାମବାସୀମାନେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା ଏବଂ କମ୍ପାନୀର ଅନ୍ୟାନ୍ୟ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ପାଛୋଟି ନେଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ବ୍ରିଗ. ଡି.ବି. ପାଣି (ଅବସରପ୍ରାପ୍ତ), ବି.ବି.ପ୍ରଧାନ, ଶ୍ରୀମତୀ ପୁଷ୍ପଲତା ଶତପଥୀ, ଆଶିଷ ରଞ୍ଜନ ମହାନ୍ତି ଏବଂ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ ଅଧୀନରେ ଅନୁଗୋଳ ଜିଲ୍ଲାର ସ୍ଥାନୀୟ ଅଧିବାସୀ, ଓଡିଶା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିବା ପାଇଁ ବହୁମୁଖୀ ନିରନ୍ତର ସାମାଜିକ ବିକାଶ କାର୍ଯ୍ୟକ୍ରମ କରି ଆସୁଅଛି । ଏହାର ସିଏସ୍‌ଆର କାର୍ଯ୍ୟ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନେକ ଗୁଡିଏ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଅଛି । ସେଥି ମଧ୍ୟରୁ ନିକଟ ଅତୀତରେ ଭାରତ ସରକାରଙ୍କ କୋର୍ପୋରେଟ ଆଫାୟାର୍ସ ମନ୍ତ୍ରଣାଳୟଠାରୁ ପ୍ରାପ୍ତ କରିଥିବା ରାଷ୍ଟ୍ରୀୟ ସିଏସଆର ପୁରସ୍କାର ଅନ୍ୟତମ ଉପଲବ୍ଧି ଅଟେ ।

Leave A Reply

Your email address will not be published.