ppurohit

ଝରିଆଲରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଝରିଆଲ ଠାରେ ସିଡିଏଓ ବଲାଙ୍ଗିର ଡିଆରସିଏସ୍‌ ବଲାଙ୍ଗିରଙ୍କ କର କମଳରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକରେ ୫ ଗୋଟି ମଣ୍ଡି ବଙ୍ଗୋମୁଣ୍ଡା, ଝରିଆଲ, ବେଲପଡା, ଚାନ୍ଦୋତରା ଓ ମୁଣ୍ଡପଦର ଠାରେ ମାଣ୍ଡିଆ ବିକ୍ରୟ ନିମନ୍ତେ ମଣ୍ଡି ଖୋଲାଯିବାକୁ ଅଛି । ଏଫଏକ୍ୟୁ ମାନର ମାଣ୍ଡିଆର କ୍ୱିଣ୍ଟାଲ ପ୍ରତି ଟ୩୨୯୫ଙ୍କା ଧାର୍ଯ୍ୟ କରାଯାଇଛି । ଓଡିଶା ମିଲେଟ୍‌ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାଷୀ ଏବଂ ଅନ୍ୟ ସମସ୍ତ ଚାଷୀ ନିଜର ଉତ୍ପାଦିତ ସଫା ସୁତୁରା ମାଣ୍ଡିଆକୁ ବିକ୍ରୟ ସର୍ବନିମ୍ନ ସହାୟକ ମୂଲ୍ୟ ଟ.୩୨୯୫ଙ୍କା ପାଇବାକୁ ସମସ୍ତ ଚାଷୀ ଭାଇମାନଙ୍କୁ ଆହ୍ୱାନ କରାଯାଉଛି । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଟିଡିସିସି ବ୍ରାଂଚ ମ୍ୟାନେଜର, ବଙ୍ଗୋମୁଣ୍ଡା ସହକାରୀ କୃଷି ଅଧିକାରୀ ଅମିତ ପଟେଲ, ଏଓ ନିମାଇଁନନ୍ଦ ଠାକୁର, ଜିଲ୍ଲା ସଂଯୋଜକ ଯଶବନ୍ତ ନାଏକ, ଲୋକଶକ୍ତି ସଭ୍ୟ ସମ୍ପାଦକ ଅଜିତ କୁମାର ପ୍ରଧାନ, ବ୍ଲକ ସଂଯୋଜକ ବିଭୂତି ଭୂଷଣ ସଲମା, କର୍ମଚାରୀ ମନୋରଞ୍ଜନ ବନଛୋର, ରାଜାରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.