
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ସପ୍ତମ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଦ୍ଘ୍ଟନ କରିଥିଲେ । ଏହା ସହ ଦରୱାନ ସମସ୍ତ ପ୍ରତିଯୋଗୀଙ୍କୁ ଉଚ୍ଚ ମାନର ଖେଳ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ତଥା ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିବାପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହି ତ୍ରିଦିବସୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୧୯୮ ପ୍ରତିଯୋଗୀ ଭାଗ ନେଉଥିବା ଆୟୋଜକ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ଦୀପକ ସାଗର କୁମାର ଏବଂ ସମ୍ପାଦକ ହେମନ୍ତ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଉଦ୍ଘାଟନ ସମୟରେ ଆସୋସିଏସନର ଉପ ସଭାପତି ସମୀର ସାହୁ, ପ୍ରଦୀପ ଦାସ, ମହେଶ କୁକ୍ରେଜା, ସରୋଜ ମହାରଣା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।