om academy

ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନୂତନ କୋଠା ଉଦଘାଟିତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ ଅନ୍ତର୍ଗତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଆଜି ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ଅବକାରୀ ବିଭାଗ, ଓଡିଶା, ନିରଞ୍ଜନ ପୂଝାରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀ, ସିଡିଏମପିଏଚ ଓ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା, ନାଇକେନପାଲି ସିଏଚସି ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ପ୍ରମୁଖ ଉପସ୍ଥିତି ଥିଲେ । ଅନୁଷ୍ଠିତ ଉଦଘାଟନୀ ସଭାରେ ଅଂଚଳର ଅଧିବାସୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ପ୍ରଦାନ ପାଇଁ ପ୍ରୟାସ ଜାରି ରହିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ସମସ୍ତ ହିତାଧିକାରୀଙ୍କୁ ସରକାର ମାଗଣାରେ ଔଷଧ ବୁଡା ମଶାରୀ ଯୋଗାଇ ଦେଉଥିବା ଉଲ୍ଲେଖ କରିବା ସହ ସମସ୍ତେ ମଶାରୀର ସଠିକ ବ୍ୟବହାର କରି ମ୍ୟାଲେରିଆ, ଡେଙ୍ଗୁ ପରି ମଶାବାହିତ ରୋଗକୁ ପ୍ରତିହତ କରିବାକୁ ଆହ୍ଵାନ କରିଥିଲେ । ସିଡିଏମପିଏଚଓ ନିଜ ବକ୍ତବ୍ୟରେ ସ୍ଵାସ୍ଥ୍ୟସେବାର ସୁଦୃଢୀକରଣ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ପରେ ହିତାଧିକାରୀମାନଙ୍କୁ ଔଷଧ ବୁଡା ମଶାରୀ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ନବକିଶୋର ବେହେରା, ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀମତୀ ମନ୍ଦାକିନୀ ନାଗ, ସମିତି ସଭ୍ୟ ଉପେନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୁରୁବାରୀ ସାହୁ ପ୍ରମୂଖ ମଂଚାସୀନ ଥିଲେ । ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ ସଭା ପରିଚାଳନା କରିଥିବା ବେଳେ ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗୀତା ଚୌଧୂରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ବିପିଏମ ଅଶୋକ ମିଶ୍ର, ଶାନ୍ତ୍ଵନୁ ମେହେର, କୃଷ୍ଣଚନ୍ଦ୍ର ନାଏକ ପ୍ରମୂଖ କାର୍ୟ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ । କୋଭିଡ ନିୟମ ପାଳନ ସହ କାର୍ୟ୍ୟକ୍ରମଟି ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.