om academy

କଂଟାବାଂଜି ଏନ୍‌ଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ ପ୍ରଶିକ୍ଷଣ ଶୁଭାରମ୍ଭ

jsm

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପ୍ରଶିକ୍ଷଣର ଶୁଭାରମ୍ଭ କାର୍ଯ୍ୟାଳୟର କନଫରେନ୍ସ ହଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ଏନଏସି କର୍ମଚାରୀମାନଙ୍କ ନିମନ୍ତେ ବଡ ଖାନା କରାଯାଇଛି । ଏପରିକି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଯୋଜନାରେ କଂଟାବାଂଜି ସହରକୁ ସ୍ୱଚ୍ଛ, ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦିଆଯାଇଛି । ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ଏନଏସି କର୍ମଚାରୀ ସହ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଅବସରରେ ସ୍ଥାନୀୟ ତହସିଲଦାର ତଥା ଏକ୍‌ଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏନଏସି ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ସାମ୍ମି ରେଡ୍ଡି ଜୟଶ୍ରୀଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଛି । ସ୍ୱଚ୍ଛ ଭାରତ ମିଶନ କଂଟାବାଂଜି ଏନଏସି ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ପ୍ରଶିକ୍ଷଣ ପରିଚାଳନା କରିଥିଲେ ।

Leave A Reply

Your email address will not be published.