jayashree

ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ପଞ୍ଚାୟତ ନିକଟ ବିଜୁ ଏକ୍ସପ୍ରେସ ୱେର ରାସ୍ତାକଡ଼ରେ ଏକ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ପାନୀୟ ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ କର୍ମୀ ଓରାମ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ପାନୀୟଜଳ ଯୋଗାଣ ବିଭାଗ କାର୍ଯ୍ୟନିର୍ବାହୀ ପ୍ରହ୍ଲାଦ ସାହୁ, ସମିତି ସଭ୍ୟା ଲଳିତା ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ରାସ୍ତା ଉପରେ କୌଣସି ସ୍ଥାନରେ ଏଭଳି ମାଗଣା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବା ବେଳେ ଏହା ଦେୟମୁକ୍ତ ଥିବା ସହ ୨୪ଘଣ୍ଟା ଲୋକଙ୍କୁ ସେବା ପ୍ରଦାନ କରାଯାଇପାରିବ । ଦୁଇ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କରୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା ରହିଛି । ସରପଞ୍ଚ ଖୁଟୁରାମ ସୁନାନୀଙ୍କ ଉଦ୍ୟମରେ ହୋଇଥିବା ଏହି ପ୍ରକଳ୍ପକୁ ନେଇ ଲୋକେ ପ୍ରଶଂସା କରିଛନ୍ତି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ଆୟ ବୃଦ୍ଧି ସକାଶେ ଏଠାରେ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଉଦଘାଟନ କରାଯାଇଥିଲା । ଉଦଘାଟନୀ ସମାରୋହରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ମିଶନ ଶକ୍ତି ମହିଳା, ଜନପ୍ରତିନିôଧ, ପୁରୁଷ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.