jayashree

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ ବାଲିଗୁଡା ସହରରେ ଡିସିବି ବ୍ୟାଙ୍କର ଏକ ନୂତନ ଶାଖା ମଙ୍ଗଳବାର ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ସହରର ମହାଲକ୍ଷ୍ମୀ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଏହି ନୂତନ ଶାଖା ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ବ୍ୟାଙ୍କର ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଡିସିବି ବ୍ୟାଙ୍କର ସିନିଅର ରିଜିଓନାଲ ମୁଖ୍ୟ ପ୍ରିୟବ୍ରତ ସାମଲ, ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବରେ ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ରଖିଥିଲେ । ଏହି ଡିସିବି ବ୍ୟାଙ୍କର ଏକ ନୂତନ ଶାଖା ଖୋଲାଯିବା ଫଳରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ଲୋକମାନେ ଅତ୍ୟାଧୁନିକ ବ୍ୟାଙ୍କିଙ୍ଗ ସେବା ଖୁବ ଶିଘ୍ର ପାଇପାରିବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.