
- କଣ୍ଟାବାଞ୍ଜିର “ବିକାଶ ପୁରୁଷ” ଆଉ ନାହାନ୍ତି
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କର ହୃଦଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି । ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ତାଙ୍କ ଅକାଳ ବିୟୋଗରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆୟୁବ ଖାଁ କଣ୍ଟାବାଞ୍ଜିର “ବିକାଶ ପୁରୁଷ” ଭାବେ ପରିଚିତ ଥିଲେ । ନିଜ ରାଜନୈତିକ ଜୀବନରେ ସେ କଣ୍ଟାବାଞ୍ଜି ଅଞ୍ଚଳରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । ସାଧାରଣ ଲୋକଙ୍କ ସୁବିଧା ଓ ବିଭିନ୍ନ ଲୋକହିତକାରୀ ପ୍ରକଳ୍ପ ଆଣିବାରେ ତାଙ୍କ ଅବଦାନ ସ୍ମରଣୀୟ । ସାଧାରଣ ଲୋକଙ୍କ ସହ ଘନିଷ୍ଠ ସମ୍ପର୍କ ରଖୁଥିବା ଆୟୁବ ଖାଁ ଜଣେ ଜନପ୍ରିୟ ନେତା ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ପ୍ରଚାର ପାଇବା ପରେ ଶୋକସନ୍ତପ୍ତ ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନକୁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବିୟୋଗ କଣ୍ଟାବାଞ୍ଜିର ରାଜନୀତି ଓ ସାମାଜିକ ଜୀବନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।