jayashree

ବ୍ଲକ୍ ସ୍ତରୀୟ ମେଧା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ମେଧା ସମ୍ବର୍ଦ୍ଧନା ସଭା ବିଇଓ ଗୁଡଭେଲାଙ୍କ କାର୍ଯ୍ୟାଳୟରେ ବିଇଓ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବର୍ଷ ୨୦୨୫-୨୬ ମାଟ୍ରିକ ବୋର୍ଡ ପରୀକ୍ଷାରେ ବ୍ଲକ୍‌ରେ ସର୍ବୋଚ୍ଚ ନମ୍ବର ୫୪୦ ମାର୍କ ୯୦% ରଖି ଏ-୧ ପାଇ ବ୍ଲକ ପାଇଁ ଗୌରବ ଆଣି ଦେଇଥିବା ଦେମୁହାଣ ସ୍ୱସ୍ତି ବିଦ୍ୟାପୀଠର ଛାତ୍ର ଅଭିଷେକ ବଢେଇଙ୍କୁ ବିଇଓ ଶ୍ରୀମତୀ ଭୋଇ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ବ୍ଲକ୍ କର୍ମଚାରୀ ରମା ମହାପାତ୍ର ଓ ପଞ୍ଚାନନ ରଣା ତଥା ପ୍ରଧାନ ଶିକ୍ଷକ ରୁଦ୍ର ହେର୍ଣ୍ଣା ଓ ବିଜ୍ଞାନ ଶିକ୍ଷକ ହୃଷିକେଶ ମେହେର ଉପସ୍ଥିତ ଥିଲେ ।

Leave A Reply

Your email address will not be published.