jayashree

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି । ଛତ୍ରପୁର ମୁଖ୍ୟଷ୍ଟାଡିୟମ୍ ପରିସରରେ ଆୟୋଜିତ କ୍ରୀଡ଼ା ସମାରୋହରେ ସହକାରୀ ଜିଲ୍ଲାପାଳ ଅପୂର୍ବ ରଞ୍ଜନ ଆଏଚ୍ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କୁନି କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଭାରତୀ ତଥା ଓଡ଼ିଶା ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାୟତ୍ତନ ଏବଂ ଏଠାରେ ଦିଆଯାଉଥିବା ଶିକ୍ଷାଦାନ, ଅନୁଶାସନ ପ୍ରଣାଳୀ ଦେଶରେ ଏକ ଶୃଙ୍ଖଳିତ ଦର୍ଶନକୁ ପରିମାର୍ଜିତ କରିବ ବୋଲି ମୁଖ୍ୟଅତିଥି କହିଛନ୍ତି । ଯଦ୍ୱାରା ଭାରତୀୟ ସଂସ୍କୃତିର ସୁରକ୍ଷା ସାଂଗକୁ ଅଂଶଗ୍ରହଣ କରି ଆସିଥିବା ଖେଳାଳୀଙ୍କୁ ଜଣେ ଶୃଙ୍ଖଳିତ ନାଗରିକ କରି ଗଢ଼ି ଜୀବନ ଶୈଳୀରେ ଅନେକ ଶିଷ୍ଟାଚରକୁ ପ୍ରତିପାଦିତ କରିବ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଛନ୍ତି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସାଂଗକୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କ୍ରୀଡା ଉତ୍ସବ ଆରମ୍ଭ ପୂର୍ବରୁ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାରେ ପୂଜାର୍ଚ୍ଚନା କରି ପ୍ରଥମେ ସେଠାରୁ ଏକ ଜ୍ୟୋତି ମଶାଲ ଅଣାଯାଇ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଦୌଡ଼ ପରିକ୍ରମଣ ସହ କ୍ରୀଡ଼ାକ୍ଷେତ୍ରକୁ ଅଣାଯାଇ ଖେଳ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ହୋଇଥିଲା । ପ୍ରାରମ୍ଭରେ ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥି ମାଙ୍ଗଳିକ କାର୍ଯ୍ୟ ଏବଂ ବେଦପାଠ ଉଚ୍ଚାରଣ କରି ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ଆନୁଷ୍ଠାନିକ ଉଦଘାଟନୀ ସଭାରେ ବିଦ୍ୟାଳୟର ଉପ-ସଭାପତି ଶ୍ରୀମତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ । ପରିଚାଳନା କମିଟିର ସଂପାଦକ ସନ୍ତୋଷ କୁମାର ସାହୁ ଶିଶୁ କ୍ରୀଡାବିତଙ୍କୁ ଅଭିନନ୍ଦନ କରିଥିଲେ । ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ଓ ସହ-ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ସଦସ୍ୟା ଶ୍ରୀମତୀ ସୁନୀତା ସେଠୀ ଯୋଗ ଦେଇଥିଲେ । ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଏହି ଶନିବାର କ୍ରୀଡା ଆସର ସମ୍ପନ୍ନ ହେବ ବୋଲି କୁହାଯାଇଛି । ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ମୋଟ ୮୦୦ଜଣ ଖେଳାଳୀ ବିଭିନ୍ନ ବର୍ଗର ଖେଳରେ ଭାଗ ନେବେ ବୋଲି କୁହାଯାଇଛି ।

Leave A Reply

Your email address will not be published.