csstore

ବମକ ଗ୍ରାମ ପଞ୍ଚାୟତରେ ସାତୋଟି ନୂତନ ଗୃହ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ ) : ମ.ରାମପୁର ବ୍ଲକ୍ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମସ୍ଥିତ ସାତୋଟି ନୂତନ ଗୃହ ଉଦ୍ଘାଟିତ ହେଇଯାଇଛି ! ବମକ ଗ୍ରାମ ପଞ୍ଚାୟତ ର ପାଠାଗାର ଗୃହ ,ଅଭ୍ୟର୍ଥନା ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର ବମକ ସମେତ , ଗୋଷ୍ଟୀସାଧନା କେନ୍ଦ୍ର କୁଟିଗୁଡୁମ୍, ଗୋଷ୍ଟିସାଧନା କେନ୍ଦ୍ର ମାଙ୍କଡ଼ଖୋଳା, ଗୋଷ୍ଟିସାଧନା କେନ୍ଦ୍ର କଢେଲ, ଗୋଷ୍ଟିସାଧନା କେନ୍ଦ୍ର ବାଙ୍କେଲର ନୂତନ ଗୃହକୁ ମୂଖ୍ୟ ଅତିଥି ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ମନ୍ଦାକିନୀ ସିଂହଦେଓ, ଅଧ୍ୟକ୍ଷା ପଞ୍ଚାୟତ ସମିତି ମ.ରାମପୁର, ରୋମାଞ୍ଚ ସାହୁ ସଭାପତି ରାଜ୍ୟ ସରପଞ୍ଚ ମହାସଂଘ ଓଡ଼ିଶା ତଥା ସରପଞ୍ଚ ବମକ ଗ୍ରାମ ପଞ୍ଚାୟତ, ସଙ୍ଗୀତା ମାଝୀ ସମିତି ସଭ୍ୟା ବମକ ଗ୍ରାମ ପଞ୍ଚାୟତ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାର୍ଲା ବ୍ଲକ୍‌ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମ.ରାମପୁର ବ୍ଲକ୍ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ବିକାଶ ରଂଜନ ସିଂହଦେଓ, ସତ୍ୟନାରାୟଣ ସାହୁ, ଭବାନୀ ଶଙ୍କର ସାହୁ, ଶିବପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.