ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ସିଆର୍‌ସିସି ସୀତାରାମ ଦୀପଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମୃତଲାଲ ପଧାନ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବାଗ, ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ପଧାନ, ପୂର୍ବତନ ସିଆରସିସି ବିଭୂତି ଭୂଷଣ ସାହୁ, କ୍ରୀଡା ଶିକ୍ଷକ ଗଜାନନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶିବିରର ସଫଳତା ନିମିତ୍ତ ମନ୍ତ୍ରୋଚ୍ଚାରଣ କରିଥିଲେ ଶିକ୍ଷୟିତ୍ରୀ ସଂଗୀତା ମହତ୍ତମ । ବରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବଡବାଉଁଶେନ କ୍ଲଷ୍ଟରର ସିଆର୍‌ସିସି ଦୁର୍ବାଦଳ ବଡଗୋଛିଆ । ବିଜୟ ରଞ୍ଜନ ଦାଶ, ରୂପେଶ ପଧାନ, ଉମାକାନ୍ତ ବାଗ, ହିତେଶ୍ୱର ପଧାନ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ୫୩ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.

17 + 18 =