ପୋଲିସ ହାତରେ ଧରାପଡିଲେ ନକଲି ଭିକାରି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଭିନ୍ନକ୍ଷମ ବେଶରେ ଭିକ ମାଗିବା । ଶେଷରେ ନକଲି ଭିନ୍ନକ୍ଷମ ଭିକାରି ଗିରଫ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଟାଟାବେଞ୍ଜ ଓ କମାପଲ୍ଲୀରୁ ଭିକ ମାଗି ଉତ୍ତରପ୍ରଦେଶର ୪ ଜଣ ନକଲି ଭିକାରି ଗିରଫ ହୋଇଛନ୍ତି । ଗିରଫ୍‌ ହୋଇଥିବା ନକଲି ଭିକାରିମାନେ ଅଜୟ, ଅନିଲ, ମିରୋ ଓ ଯଶୱନ୍ତ କୁମାର ବୋଲି ଜଣାପଡିଛି । ୮୬୦ ଟଙ୍କା, ଆଶାବାଡ଼ି ଓ ଟଙ୍କା ଲେଖାଥିବା ବହି ତାଙ୍କଠାରୁ ଜବତ ହୋଇଛି ।

Leave A Reply

Your email address will not be published.

4 + 18 =