ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏହି ଅକାଳ ବିୟୋଗରେ ଗ୍ରାମବାସୀ, ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବନ୍ଧୁ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

15 − eleven =