pakka

ଭବାନୀ ପାଟଣାରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

bbehera

ଭବାନୀପାଟଣା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ହିଲ ଟାଉନ୍‌ ୭ ନମ୍ବର ଗଳିରେ ରାଜ୍ୟର ୮୬ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ବର୍ଷୀୟାନ ସାମ୍ବାଦିକ, ପୂର୍ବତନ ମନ୍ତ୍ରୀ, ସାଂସଦ, ଲେଖକ ଓ ଗବେଷକ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଓ ବ୍ରହ୍ମପୁରରୁ ପ୍ରକାଶିତ ସର୍ବ ପୁରାତନ ସାପ୍ତାହିକ ନବୀନର ସମ୍ପାଦକ ତଥା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଓ କଳାହାଣ୍ଡି ସିଡିଏ ସଭାପତି ତଥା ରାଜ୍ୟ ସଂଯୋଜକ ଅଶୋକ କୁମାର୍‌ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଦୱା ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ପ୍ରିୟ ରଞ୍ଜନ ମହାନ୍ତି ଏହି ଅବସରରେ ଜେନେରିକ ଔଷଧ ସେବନ ଦ୍ୱାରା ସେବନକାରୀ ୯୦ ପ୍ରତିଶତ ଅର୍ଥ ସଞ୍ଚୟ କରି ପାରିବା ସହ ଉନ୍ନତ ଓ ସୁରକ୍ଷିତ ଔଷଧ ସହ ବଜାରରେ ଉପଲବ୍ଧ ଔଷଧ ଠାରୁ ବହୁ କମ୍‌ ଦାମରେ ଔଷଧ ଗୁଡ଼ିକ ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଔଷଧ ଦୋକାନ ମାଲିକ ପ୍ରତ୍ୟୁଷ କୁମାର୍‌ ପଟ୍ଟନାୟକ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । କଳାହାଣ୍ଡି ପରି ଜିଲ୍ଲାରେ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଖୋଲିବା ଫଳରେ ଜିଲ୍ଲାର ନିୟମିତ ଔଷଧ ସେବନ କରୁଥିବା ଜନସାଧାରଣ ଉପକୃତ ହେଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ପଟୱନ୍ତ୍‌ ସିଂହ, କାର୍ତ୍ତିକେଶ୍ୱର ନନ୍ଦଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଅତିଶୀଘ୍ର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଜୁନାଗଡ଼ରେ ମଧ୍ୟ ଦୁଇଟି ଜେନେରିକ ଔଷଧ ବିତରଣ କେନ୍ଦ୍ର ଖୋଲାଯିବ ବୋଲି ଆଞ୍ଚଳିକ ମ୍ୟାନେଜର ସୂଚନା ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

18 − 17 =