ବିଭିନ୍ନ ସମସ୍ୟା ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ଦେଖା ଦେଉଥିବା ବିଭିନ୍ନ ସମସ୍ୟା ନେଇ ଆଜି ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଭେଟିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ବିଜେପି ପ୍ରତିନିଧି ଦଳ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ଚାଲାଣ ହେଉଥିବା ବେଳେ କିପରି ଭାବେ ରୋକାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓଙ୍କୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ସେଠୀ ଜଣାଇଛନ୍ତି । ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି କ୍ଷୀର ବଚ୍ଛାଙ୍କ ନେତୃତ୍ୱରେ ସାଂସଦଙ୍କ ବ୍ଲକ ପ୍ରତିନିଧି ଅନିଲ ନାଏକ, ମୁନିରାମ ନାଗ, ନରସିଂହ ଥନାପତି, ଦେବକୀ ହଂସ, ନିଳାଞ୍ଚଳ ବଚ୍ଛାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven − 3 =