
ବରଗଡ଼, (ମୁନ୍ନା ସାହୁ ) : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ବରଗଡ ଗାନ୍ଧୀଛକ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯାଇଛି । ଜ୍ଞାନେଶ କୁମାରଙ୍କ ପକ୍ଷପାତିତା ଯୋଗୁଁ ବହୁ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବା, ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ନ ନେଇ ମନମୁଖୀ ନିଷ୍ପତ୍ତି ନେବା, ଫର୍ମ ୬ରେ ବେଆଇନ ଭାବେ ସଂଶୋଧନ କରିବା, ଇଆରଓଙ୍କ କ୍ଷମତାକୁ ସଂକୋଚିତ କରିବା ଭଳି ଅନେକ ନିଷ୍ପତ୍ତି କେବଳ ବିଜେପିକୁ ଫାଇଦା ପହଂଚାଇବା ଭଳି କାମକୁ ଏବେ ସାରା ଦେଶରେ ବିରୋଧ କରି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀ ଆରମ୍ଭ ହୋଇଛି । ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ନିର୍ବାଚନ ମଣ୍ଡଳୀର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ, ମହିଳା ନେତ୍ରୀ ମାରିୟମ ବାର୍ଲା, ଆଇନଜୀବୀ ରମେଶ ପତି, ଅସିତ ସାହୁ, ମିଲୁ ନାଗ, ସୁରେନ୍ଦ୍ର ବାଗ, ମମତା ବେହେରା, ମହମ୍ମଦ ମୋଇନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।