
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାକୁ ଦୁଇ ବର୍ଷ ପରେ ପୁଣି ଥରେ ମୁଖ୍ୟ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି । ଏହା ପୂର୍ବରୁ ୨୦୨୧ରେ ଖଡ଼ିଆଳ ଆସି ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ବିଶେଷ କରି ପଶ୍ଚିମ ଓଡ଼ିଶାର ତିନୋଟି ଜିଲ୍ଲା ଗସ୍ତ ବେଳେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ସାହାଯ୍ୟରେ କୋମନା ବ୍ଲକ ସିଲେଟପାଣି ଠାରେ ପହଂଚି ପ୍ରଥମେ ଘାଟିପଡ଼ା ଠାରୁ ଚଳନା ପର୍ଯ୍ୟନ୍ତ ଦୀର୍ଘ ୧୧୦ କିଲୋମିଟର ରାସ୍ତା ପାଇଁ ୩୫୦ କୋଟିର ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ପରେ ୧୫ କୋଟି ବ୍ୟୟରେ ନିର୍ମିତ ଦୁଇଟି ମୁଖ୍ୟମନ୍ତ୍ରୀ ସଡ଼କ ୧୨.୩୯ କୋଟି ବ୍ୟୟରେ ଖରିଆର ରୋଡ଼୍ ଓ ଖଡ଼ିଆଳ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ୫ ଗୋଟି ବ୍ଲକ ଯଥା ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେନରେ ୨.୫ କୋଟି ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ, ୧୧ କୋଟି ବ୍ୟୟରେ ଗ୍ରାମାଞ୍ଚଳରେ ପାଇପ ଯୋଗେ ଜଳ ଯୋଗାଣ ଯାହାକି ନୂଆପଡା ବ୍ଲକର ଗୋଡଫୁଲା, ପରକୋଡ଼, କୋଦୋମେରୀ, ବୋଡେନ ଓ କୋମନା ବ୍ଲକର ବିଭିନ୍ନ ଗାଁ ପାଇଁ, ସେହିଭଳି ୧୧୧ କୋଟି ଟଙ୍କା ବ୍ୟୟରେ ଉପାନ୍ତ ଅଞ୍ଚଳରେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପ୍ରକଳ୍ପମାନ ଉଦ୍ଘାଟନ କରିଥିଲେ । ସମୁଦାୟ ୧୮୩ କୋଟି ପ୍ରକଳ୍ପ ମଧ୍ୟରୁ ୧୦୩ ଗୋଟିର ଉଦ୍ଘାଟନ କରିଥିବା ବେଳେ ୮୦ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତା’ସହ ଜିଲ୍ଲାର ୧୦୫୯ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ବିନା ସୁଧ ହାରରେ ୨୫ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ନୂଆପଡାବାସୀଙ୍କୁ କୋଟିକୋଟି ଟଙ୍କାର ଭେଟି ପାଇଁ ସ୍ଥାନୀୟ ବିଜେଡି ନେତା ଓ ମୁଖ୍ୟ ନୂଆପଡାବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସ, ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଖଡ଼ିଆଳ ବିଧାୟକ ଅଧୁରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଅପର ପକ୍ଷରେ ଖଡ଼ିଆଳକୁ ମ୍ୟୁନିସିପାଲିଟି ସହ ସବଡ଼ିଭିଜନ ମାନ୍ୟତା, ସିନାପାଲିକୁ ଏନଏସି ସହ ଉଦନ୍ତୀ ବ୍ୟାରେଜ ନିର୍ମାଣ ପାଇଁ ଲିଖିତ ଭାବରେ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲାର ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।