csstore

ମାଲକାନଗିରି ପୌର ପରିଷଦରେ ୬ ପ୍ରକଳ୍ପ ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ପୌର ପରିଷଦର ବିଭିନ୍ନ ସାହିବସ୍ତିରେ ସାଂସଦଙ୍କ ଦ୍ୱାରା ୬ଟି ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ପୌର ପରିଷଦ ଅଧିନସ୍ଥ ବାଲିସାଗର ସାହିରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ମୁକ୍ତା ଯୋଜନାରେ ନିର୍ମିତ ଭେଣ୍ଡିଙ୍ଗ ଜୋନ, ମୁଣ୍ଡା ଗୁଡା, ମଦଳାଗୁଡା, ଗୁଣ୍ଡୁରୀଗୁଡା ବସ୍ତିରେ ପରିଚୟ ଗୃହ, ରାମକୃଷ୍ଣନଗର ଠାରେ ଫେଭର ରୋଡ଼, ସୁବାଷ ବୋଷ ଛକ ଠାରେ ସର୍ବସାଧରଣଙ୍କ ନିମନ୍ତେ ନବନିର୍ମିତ ଶୌଚାଳୟକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦ୍‌ଘାଟନ କରିଛନ୍ତି । ଭେଣ୍ଡିଙ୍ଗ ଜୋନ ପରିସରରେ ଅତିଥିମାନେ ଔଷଧୀୟ ଚାରା ରୋପଣ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷ ମନୋଜ କୁମାର ବାରିକ, ଉପାଧ୍ୟକ୍ଷା କବିତା ମହାନ୍ତ, ପୂର୍ବତନ ବିଧାୟକ ମାନସ ମାଡକାମୀ, ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.