pakka

କଳିଙ୍ଗ ଉତ୍ସବ- ୨୦୨୨ ଉଦ୍‌ଘାଟିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଠାରେ ଦୁଇ ଦିନିଆ କଳିଙ୍ଗ ଉତ୍ସବ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି ବିଭାଗର ଏଚ୍‌ଓଡି ପ୍ରଫେସର୍ ରମେଶ ଚନ୍ଦ୍ର ଗୌର, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଯୁକ୍ତ ମୁଦ୍ଗଲ, ଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଏସ ସି ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା । ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନର ୧୨ଟି ଷ୍ଟଲ୍ ଏହି ଉତ୍ସବରେ ରହିଛି । ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳାକୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବର ଲକ୍ଷ୍ୟ । ଏହି ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ ।

Leave A Reply

Your email address will not be published.

2 × 3 =