pakka

କୋଟସାହି ଗ୍ରାମ ପଞ୍ଚାୟତରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟିତ

bbehera

ଜଳେଶ୍ୱର : ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତ ସ୍ଥିତ ଲକ୍ଷ୍ମୀ ନାରାୟଣ ମହିଳା ସଂଘ ଦ୍ୱାରା ଛତୁ ମଞ୍ଜି ଉତ୍ପାଦକ କେନ୍ଦ୍ରକୁ ଉଦ୍‌ଘାଟନ କଲେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ଜିଲ୍ଲାପାଳଙ୍କୁ ମହିଳା ସଂଘର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବିଡିଓ ପୁନମ୍ ରାଉତ, ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଓଡ଼ିଶା ଜୀବିକା ମିଶନ ବ୍ଲକ କୋଡ଼ିନେର ମଧୁମିତା ଦାସ, ଓଡ଼ିଶା ମିଶନ ଶକ୍ତି ବ୍ଲକ କୋଡ଼ିନେଟର ଲୋପାମୁଦ୍ରା ପରିଡ଼ା, ସରପଞ୍ଚ ମଞ୍ଜୁବାଳା ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଉଦ୍‌ଘାଟନ କରିବା ସହିତ ମଞ୍ଜି ଉତ୍ପାଦକ ଯନ୍ତ୍ରାଂଶ ଗୁଡ଼ିକ ଦେଖିଥିଲେ ଓ ପ୍ରତ୍ୟେକ ଦିନ କେତେ ପରିମାଣ ଛତୁ ଉତ୍ପାଦନ ହୋଇ ପାରିବ, ମାସକୁ କେତେ ଲାଭ ହୋଇ ପାରିବ ତାହା ପଚାରି ବୁଝିଥିଲେ । ଏହାର ସମସ୍ତ ଉତ୍ତର ଏମ୍‌ବିକେ ରୀନାରାଣୀ ବେହେରା ଦେଇ ସୁଚାରୁ ରୂପେ ବୁଝାଇ କହିଥିଲେ । ଅଧ କିଲୋମିଟର ଦୂରରୁ କୋଟସାହି ସରପଞ୍ଚ ମଞ୍ଜୁବାଳା ପ୍ରଧାନଙ୍କ ତତ୍ଵାବଧାନରେ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଏବଂ ମହିଳାମାନଙ୍କ ଶଙ୍ଖ ଧ୍ଵନିରେ ଏକ ବିରାଟ ମହିଳା ଗୋଷ୍ଠୀଙ୍କ ପଟୁଆରରେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ପାଛୋଟି ଅଣାଯାଇଥିଲା । ଲକ୍ଷ୍ମୀ ନାରାୟଣ ମହିଳା ସଂଘର ସଭାପତି ମମତା ନାଥ, ସମ୍ପାଦିକା କାଞ୍ଚନ ବାଳା ପରିଡ଼ା, ସିଆରପି ଚାରୁବାଳା ଜେନା, ଆଶାଲତା ନନ୍ଦି, କନକଲତା ଗିରି, ଗୌରୀବାଳା ଜେନା, ସୁବାସିନି ମହାନ୍ତି, ସୁପ୍ରଭା ଜେନା, ଆଶାଲତା ମହାନ୍ତି ଓ ମଞ୍ଜୁଲତା ଦତ୍ତ ପ୍ରମୁଖଙ୍କ ସମେତ ସିଆରପିମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

7 + 6 =