csstore

ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ଅଧ୍ୟକ୍ଷତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି ଅଖିଳ ପୁରୋହିତ ଏବଂ ମୁଖ୍ୟ ଅତିଥି ଭାବରେ ଜମଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସ୍ଵାଧୀନ ପଧାନ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ମୁଖ୍ୟ ବକ୍ତା ଓଡିଆ ଭାଷା ସାହିତ୍ୟର ମହତ୍ଵ ଉପରେ ଉଲ୍ଲେଖ କରିଥିଲେ । ଶ୍ରୀମତୀ କୁନ୍ତଳା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁଶ୍ରୀ ସଂଗୀତା ଗୌନ୍ତିଆ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପ୍ରଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଅନିଳ ପୁରୋହିତ, ଧୀରେନ୍ଦ୍ର ବର୍ଗେ, ସୀମିତ କୁମାର ମହାନ୍ତି, ଫକିର ଭୋଇ, ଗୋବିନ୍ଦ ବେହେରା, ରବି ଅମରୀ, ଚୂଡାମଣି ବେହେରା, କୃଷ୍ଣ ସାହୁ, ଶ୍ରୀମତୀ ଗୌରୀ ସେଠ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ନୋଡ଼ାଲ ଅଫିସର ଡ. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.