csstore

ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପୂର୍ବ ପ୍ରସ୍ତୁତି ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ପୂର୍ବ ପ୍ରସ୍ତୁତି ପାଇଁ ଅଭିଭାବକ ଅଭିଭାବିକା ବୈଠକ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପଲଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆଗାମୀ ପରୀକ୍ଷା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ଯଥୋଚିତ ସମାଧାନ ପାଇଁ ଉପାୟ ଉପରେ ବିଚାର କରାଗଲା । ଛାତ୍ରୀମାନେ ପରୀକ୍ଷା ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟ ଆସିବା ପାଇଁ କୁହାଯାଇଛି । ୮୫ ଜଣ ଅଭିଭାବକ ଆଭିଭାବିକା ଯୋଗଦାନ କରି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଜ୍ୟୋସ୍ନାରାଣୀ ସାହୁ, ଜୀବନାନନ୍ଦ ସାହୁ, ବୃନ୍ଦାବନ ଦାଶ, ମାନସ ରଞ୍ଜନ ଶତପଥୀ, ନିଳୀମା ରାଣୀ ମହାନ୍ତି, ପୂଜରାଣୀ ନାୟକ, ରବିନା ପଧାନ, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ଜ୍ୟୋତିରେଖା ମହାନନ୍ଦ, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.