ଲାୟନ୍ସ କ୍ଲବ ଦ୍ୱାରା ଆୟୋଜିତ ମାଗଣା ହୃଦରୋଗ ଚିକିତ୍ସା ଶିବିର ଉଦ୍‌ଘାଟନ କଲେ ବିଧାୟକ ନରସିଂହ ମିଶ୍ର

  • ଜୀବନରେ ଦାନ ଠୁ ସେବା ଅଧିକ ମୂଲ୍ୟବାନ- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି ଯେ ଅନେକ ବ୍ୟକ୍ତି ବିଶେଷ ବିଭିନ୍ନ ପ୍ରକାର ଦାନ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଯାହାକି ସମାଜ ପାଇଁ ଏକ ଶୁଭ ସଂକେତ । ବିଭିନ୍ନ ସଂଗଠନ ବିଭିନ୍ନ ସମୟରେ ସମାଜର ଅବହେଳିତ, ଗରିବ ଏବଂ ନିଷ୍ପେସିତ ବର୍ଗଙ୍କୁ ଦ୍ରବ୍ୟ କିମ୍ବା ଅର୍ଥ ଆକାରରେ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ଯାହା ବହୁତ ଭଲ କାମ ଏବଂ ସ୍ୱାଗତଯୋଗ୍ୟ । ମାତ୍ର ଚାରେଟି କରିବା ବା ଦାନ କରିବା ଠୁ ମୂଲ୍ୟବାନ ହେଉଛି ସେବା । ତେଣୁ ଲାୟନ୍ସ କ୍ଲବ ବଲାଙ୍ଗିର ଏବଂ ଏମ୍ରି ହସ୍‌ପିଟାଲ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆୟୋଜିତ ମାଗଣା ହୃଦରୋଗ ଚିକିତ୍ସା ଶିବିରରେ ନିଜ ବକ୍ତବ୍ୟରେ ଭୁରି ଭୁରି ପ୍ରଶଂସା କରିବା ସହିତ ଯେତେ ପ୍ରଶଂସା କଲେ କମ୍‌ ହେବ ବୋଲି ବିଧାୟକ ନରସିଂହ ମିଶ୍ର ଆଜି ସ୍ଥାନୀୟ ମାରୱାଡି ସେବା ସଦନରେ ଅନୁଷ୍ଠିତ ମାଗଣା ହୃଦରୋଗ ଚିକିତ୍ସା ଶିବିରକୁ ଉଦ୍‌ଘାଟନ କରି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେବା ପ୍ରତ୍ୟେକ ମଣିଷର ଧର୍ମ ହେବା ଆବଶ୍ୟକ । ସେବା ଦ୍ୱାରା ସମାଜର ଉନ୍ନତି ସମ୍ଭବ । ଆଜି ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ରି ହସ୍‌ପିଟାଲ ଭୁବନେଶ୍ୱରର ହୃଦରୋଗ ବିଭାଗର ମୁଖ୍ୟ ଡା. ଲିଙ୍ଗରାଜ ନାଥ, ଡା. ସୌରଭ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଲାୟନ୍ସ କ୍ଲବ ସଭାପତି ଲାୟନ ଆଲୋକ ଅଗ୍ରୱାଲ, ସଂପାଦକ ଲାୟନ ଓମ୍‌ ପ୍ରକାଶ ଅଗ୍ରୱାଲ, କୋଷାଧ୍ୟକ୍ଷ ଲାୟନ ସୌରଭ ଅଗ୍ରୱାଲ, ଲାୟନ ବିବେକ ଅଗ୍ରୱାଲ, ଲାୟନ ସୁକାନ୍ତ ପରିଚ୍ଛା, ଲାୟନ ରାଜ କୁମାର ଅଗ୍ରୱାଲ, ଲାୟନ ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ସୁରୁଲାଲ ମଟାରି, ଅସୀତ ମିଶ୍ର, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

12 − two =

error: Content is protected !!