jsm

ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ପେପରଲେସ କୋର୍ଟ ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ପେପରଲେସ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଓଡିଶା ଜୁଡିସିଆଲ ଏକାଡେମୀରୁ ଏହାକୁ ଉଦ୍‌ଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ରମେଶ ଲଳିତ । ବିନା କାଗଜ ପତ୍ରରେ ଚାଲିବ ଓଡିଶାର ୩୦ଟି ଜିଲ୍ଲାର ୩୪ଟି ଅଦାଲତ । ଏହାଦ୍ୱାରା ସ୍ୱଚ୍ଛ ପରିବେଶ, ମାମଲା ସମ୍ପର୍କିତ ତଥ୍ୟ ସହଜରେ ଉପଲବ୍ଧ ହେବ ଓ ଯୋଗାଯୋଗ ମାଧ୍ୟମରେ ଉତ୍ତମ ଶିକ୍ଷାଦାନର ବ୍ୟବସ୍ଥା ତ୍ୱରିତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଓଡିଶା ଜୁଡିସିଆଲ ଏକାଡେମୀରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ଏମ୍‌ ଆର୍‌ ଶାହା ଓ ଓଡିଶାର ପ୍ରଧାନ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌ ମୁରଲୀଧର ଯୋଗଦାନ କରିଥିଲେ ତଥା ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରୁ ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା, ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ସଂପାଦକ ଅଧିକାରୀ ଦନ୍ତା, ଭିଜିଲାନ୍ସ ଜଜ୍‌ ଆନନ୍ଦ ନାରାୟଣ ମହାରଣା, ସ୍ପେସାଲ ଜଜ୍‌ ପୋକ୍ସା ପ୍ରଶାନ୍ତ କୁମାର ନାୟକ, ପରିବାର ନ୍ୟାୟାଧିଶ ବେଣୁଧର ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଜ୍ୟୋତିରଞ୍ଜନ ଦାଶ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ସସ୍ମିତା ନନ୍ଦିନୀ ତ୍ରୀପାଠୀ, ବରିଷ୍ଠ ଦେୱାନୀ ବିଚାରପତି ଏଲ୍‌. ଆର୍‌ ଜନ୍ମେଜୟ ପଲେଇ ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି, କନିଷ୍ଠ ଦେୱାନୀ ବିଚାରପତି ସସ୍ମିତା ସେଠୀ ଓ ଜେଏମ୍‌ଏଫ୍‌ସି ପ୍ରକାଶ କର ପ୍ରମୁଖ ଯୋଗ ଦେଇଥିଲେ । ସିଷ୍ଟମ ଅଫିସର ଅନୀଲ ଦାଶ, ଡେପୁଟୀ ଆଡ୍‌ମିନିଷ୍ଟ୍ରେଟର୍‌ ଶୁଭ୍ରାଂଶୁ ବାଗ, ଏସିଷ୍ଟାଣ୍ଟ ଆଡ୍‌ମିନିଷ୍ଟ୍ରେଟର ସୁବ୍ରତ କୁମାର ମିଶ୍ର, ଭି.ସି. କୋଅଡିନେଟର କିରଣ ବେଲେରା ଓ ପ୍ରଭାତ ବିଶ୍ୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.