ତୈଳିକ ବୈଶ୍ୟ ସାମାଜର ୮ତମ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

  • ତୈଳିକ ବୈଶ୍ୟ ସାମାଜକୁ କେବଳ ବ୍ୟବସାୟ କରିବାରେ ସିମିତ ନରହି ସବୁ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ
  • ପ୍ରତ୍ୟେକ ସମାଜ ସାମୁହିକ ଉନ୍ନତି ପଥରେ ମୁଁ ସଦାସର୍ବଦା ଚେଷ୍ଟିତ : ବିଧାୟକ ଶ୍ରୀ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥାନୀୟ ଭୂଲିଆ ଧର୍ମଶାଳା ପରିସରରେ ଉପଖଣ୍ଡ ସ୍ତରୀୟ ତୈଳିକ ବୈଶ୍ୟ ସାମାଜର ୮ତମ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହ ସମାଜର ପତାକା ଉତ୍ତୋଳନ କରାଯାଇଥିଲା । ପାଟଣାଗଡ଼ ଏନ୍‌ଏସି ସଭାପତି ଯୁବରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି, ଉପମୁଖ୍ୟ ସଚେତକ ତଥା ବିଧାୟକ ସରୋଜ କୁମାର ମେହେର ସମ୍ମାନିତ ଅତିଥି, ତୈଳିକ ବୈଶ୍ୟ ସମାଜର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ରିପୁସୂଦନ ସାହୁ, ରାଜକୁମାର ସାହୁ, ବୀର ସାହୁ, କୃଷକ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ସୌରୀ କୁମାର ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ସମାଜର ବିଭିନ୍ନ ସ୍ତରରେ ଓଡିଶା ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହା ଫଳରେ ଆଜି ୫୦ ପ୍ରତିଶତ ମହିଳା ମାନଙ୍କ ଅଗ୍ରାଧିକାର ଦେଇଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିବା ବେଳେ ସମାଜର ଭବନ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ତୈଳିକ ବୈଶ୍ୟ ସାମାଜର ଭବନ ନିର୍ମାଣ କାର୍ଯ୍ୟ ଆସନ୍ତା ଡ଼ିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ମେହେର ପ୍ରତିଶୃତି ଦେଇଥିଲେ । ପଶ୍ଚିମ ଓଡ଼ିଶାର ନୂଆଁଖାଇ ଏକ ସମାଜର ସମସ୍ତେ ଏକାଠି ଏବଂ ଏକତା ସୁତ୍ରରେ ବାନ୍ଧି ନିଜର ଦକ୍ଷତା ପ୍ରତିପାଦନ କରିବା ସହ ସମାଜର ବିକାଶ ଦିଗରେ କାମ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସାହୁ ଆହ୍ୱାନ କରିଥିଲେ । । ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ଦେଉଳ ଗାଁ ସରପଞ୍ଚ ସରିତା ସାହୁ, ବାଘ ମୁଣ୍ଡ ସରପଞ୍ଚ ଦେବାଶିଷ ସାହୁ, ମରୁଆଁ ସମିତି ସଭ୍ୟା ସୂବର୍ଣ୍ଣ ସାହୁ, ବୀର ସାହୁ, ନକୁଳ ସାହୁ, ସୁଶୀଲ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୨୦୨୧/୨୨ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାରେ ସମାଜର କୃତି ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ବିଧାୟକ ଶ୍ରୀ ମେହେର ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୋଜକ କମିଟି, ଗୋପିନାଥ ସାହୁ, ବନମାଳୀ ସାହୁ, ଗୋପବନ୍ଧୁ ସାହୁ, ଅଶ୍ଵିନୀ ସାହୁ, ନୀଳମଣି ସାହୁ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ କୁମାର ସାହୁ ପରିଚାଳନା କରିଥିଲେ । ଏଥିରେ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଆଦି ବ୍ଲକରୁ ସମାଜର ବହୁ ସଂଖ୍ୟାରେ ମହିଳା ପୁରୁଷ ସହ ବିଭିନ୍ନ ସ୍ତରର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ବନମାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 + ten =

error: Content is protected !!