ଛତ୍ରପୁରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମଉତ୍ସବ ସାମାରୋହ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରବର୍ତ୍ତିତ ସତସଙ୍ଘ ବିହାର ପରିସରରେ ଯଥାରୀତିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ସାମାରୋହ ବର୍ଣ୍ଣାଢ୍ୟ ସହକାରେ ପାଳିତ ହୋଇଯାଇଛି । ଠାକୁରଙ୍କ ଜନ୍ମମାସ ଭାଦ୍ରବମାସ ତାଳନବମୀ ତିଥି ଇଂ.ମାସ ସେପ୍ଟେମ୍ବର ୧୬ତାରିଖ ହେତୁ ଠାକୁରଙ୍କ ଏହି ଜନ୍ମମାସ ସିଂହ ସଂକ୍ରାନ୍ତି ଠାରୁ କନ୍ୟା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ମାସବ୍ୟାପୀ ମୁଖ୍ୟଆଶ୍ରମ ମନ୍ଦିରଠାରୁ ଉକ୍ତ ଜନ୍ମସମ୍ଭାର ଆରମ୍ଭ ହୋଇ ବିଭିନ୍ନ ସ୍ଥାନ, ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇ ଉଦ୍‌ଯାପିତ ହୋଇଥାଏ । ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରର ସମ୍ମିଳନୀ ଗୃହରେ ଶନିବାର ଯଥା ବିଧିରେ ଠାକୁରଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପାରମ୍ପରିକ ବିଧିକ୍ରମେ ପ୍ରବଚନ, ଠାକୁରଙ୍କ ବାଣୀ ମାହାତ୍ମ୍ୟ ଉପରେ ଆଲୋକପାତ ହୋଇଥିଲା । ସଂକୀର୍ତ୍ତନ, ହରିବୋଲ, ଠାକୁରଙ୍କ ଭଜନ ଆଦି ପରିବେଷିତ ହୋଇ ଉକ୍ତ ସ୍ଥାନଟି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ପ୍ରବକ୍ତା ଭାବେ ସଞ୍ଜୀବ ନାୟକ ଏବଂ ପ୍ରଫେସର ଡ଼ଃ. ବିଜୟ କୁମାର ପରିଡ଼ା ଯୋଗଦେଇ ଠାକୁରଙ୍କ ଅନେକ ଦିଗଦର୍ଶନ ଉପରେ ଆଲୋକପାତ କରି ପୁରୁଷୋତ୍ତମ ଠାକୁର ଯୁଗେ ଯୁଗେ ଧାରାପୃଷ୍ଠରେ ଅବତରଣ କରିଥାନ୍ତି, ସଂସାରରେ ଆଲୋକ ଦେଖାଇ ମହିମା ମଣ୍ଡିତ କରିଥାନ୍ତି ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ କୋଣ ଅନୁକୋଣରୁ ବହୁ ଗୁରୁ ଭାଇ ଓ ଭଉଣୀ, ମାଆମାନେ ତଥା ଶହସ୍ରାଧିକ ଠାକୁରଙ୍କ ଅନୁପ୍ରାଣୀତ ଭକ୍ତଗୋଷ୍ଠୀ ଯୋଗଦେଇ ବିଭୂକୃପା ଲାଭ କରିଥିଲେ । ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଉଦ୍ୟେକ୍ତା ଠାକୁରଙ୍କ ଅନୁପ୍ରାଣୀତ ତଥା ସହ-ପ୍ରତିରୀତିକ ବି.ପାରସାୟା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଛତ୍ରପୁର ସତସଙ୍ଘ ବିହାରର ପରିଚାଳକ ସି.ଏଚ୍‌.ଜୟପ୍ରକାଶ ପାତ୍ର ସତସଂଘ ପରିଚାଳନା କରିଥିଲେ । ସତସଙ୍ଘ ବିହାର ଆନୁକୂଲ୍ୟରେ ଆୟୋଜିତ ଠାକୁରଙ୍କ ଜନ୍ମୋତ୍ସବର ଉଦ୍‌ଯାପନୀ ସମ୍ଭାରରେ ବହୁ ଗୁରୁଭାଇମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × four =

error: Content is protected !!