csstore

ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ଠାରୁ ମାତୃ ଶିଶୁ ହସ୍ପିଟାଲ ଯାଏଁ ଲାଗିଲା ଷ୍ଟ୍ରିଟ ଲାଇଟ : ଉଦଘାଟନ କଲେ ବିଧାୟକ ନବୀନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଅବସ୍ଥିତ ଅଛି ମାତୃ ଶିଶୁ ହସ୍ପିଟାଲ । ତେବେ ମହିଳା ମହାବିଦ୍ୟାଳୟ ଠାରୁ ମାତୃ ଶିଶୁ ହସ୍ପିଟାଲ ଯାଏଁ ଷ୍ଟ୍ରିଟ ଲାଇଟ ଲାଗି ନ ଥିବା ଯୋଗୁଁ ଜନ ସାଧାରଣଙ୍କୁ ଯିବା ଆସିବା କରିବା ପାଇଁ ବହୁତ ହଇରାଣ ତଥା ଡରି ଡରି ଯିବା ଆସିବା କରିବାକୁ ପଡ଼ୁଥିଲା । ଏହାକୁ ହୃଦୟଙ୍ଗମ କରି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଫଳ ସ୍ୱରୂପ ସୋମବାର ସଂଧ୍ୟା ୭ଟା ସମୟରେ ମାତୃ ଶିଶୁ ହସ୍ପିଟାଲ ପ୍ରାଙ୍ଗଣରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ପୌର ପରିଷଦର ବିଭିନ୍ନ କାଉନସିଲର ମାନଙ୍କ ଉପସ୍ଥିତିରେ ସ୍ଵିଚ ଅନ୍‌ କରି ଏହି ଲାଇଟ ଜଳାଇ ଉଦଘାଟନ କରିଛନ୍ତି । ତେବେ ରାତିରେ ଯିବା ଆସିବା କରିବା ପାଇଁ ଆଉ ଅସୁବିଧା କିମ୍ବା ଚୋରି ଡକାୟତିର ଆଉ ଭୟ ରହିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.