csstore

ବୁଢ଼ୀପଦରରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ସମିତି ଅନ୍ତର୍ଗତ ବୁଢ଼ୀପଦର ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡୁ, ସରପଞ୍ଚ ଲକ୍ଷ୍ମୀ ପଧାନ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କିଶୋର ମାନସିଂହ, ବ୍ଲକ ମଙ୍ଗଳ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ହିସାବ ରକ୍ଷକ ତଥା ତଥ୍ୟ ପ୍ରବେଶ ସଂଚାଳକ ଜିତେନ୍ଦ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମୁହିକ ୪ ଗୋଟି ଓ ବ୍ୟକ୍ତିଗତ ୧୩ ଗୋଟି ଅଭିଯୋଗ ଆସିଥିଲା । ଅଭିଯୋଗ ଶିବିର ସମାପନ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ‘ ମା ପାଇଁ ଗଛଟିଏ ‘ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବାକୁ ଥିବା ପ୍ରକଳ୍ପ ପାର୍କ ସଂଲଗ୍ନ ଖେଳ ପଡିଆକୁ କ୍ଷେତ୍ର ପରିଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.