pakka

ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହେଲା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

bbehera

ବିନିକା, (କେପିଏନ୍‌ଏସ୍‌) : କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଖେଳାଳୀମାନେ ଯେପରି ନିଜର ଦକ୍ଷତା ପ୍ରତିପାଦନ କରି ଉନ୍ନତମାନର ଖେଳ ପ୍ରଦର୍ଶନ କରି ବିଶ୍ୱସ୍ତରରେ ନାମ ରଖିବେ ସେହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଐତିହାସିକ ତାରାପୁରଗଡ ଠାରେ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିନିକାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଷ୍ଟାଡିୟମ ଫଳକର ସ୍କ୍ରିନକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ପୂର୍ତ୍ତ ଓ ଗୃହ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତଙ୍କ ସମେତ ଜିଲ୍ଲା, ବ୍ଲକ ସ୍ତରର ଅଧିକାରୀ, ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ, ପରିଷଦର ସମସ୍ତ କାଉନସିଲର, ଅଞ୍ଚଳର ବହୁ ପ୍ରତିଭାବାନ ଖେଳାଳୀ, କ୍ରୀଡାବିତ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଉଦ୍‌ଘାଟନ ପରେ ବିଧାୟକ ଷ୍ଟାଡିୟମ ଭିତରେ ରହିଥିବା ବ୍ୟାୟାମ ସରଞ୍ଜାମ, ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ବୁଲି ଦେଖିବା ସହିତ ଖେଳ ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ବିନିକାରେ ଏହି ଷ୍ଟାଡିୟମ ହେବା ଦ୍ଵାରା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଖେଳାଳୀ ଓ ଖେଳପ୍ରେମୀ ମାନେ ବେଶ ଉପକୃତ ହୋଇପାରିବେ ।

jay balangir
Leave A Reply

Your email address will not be published.

12 − 10 =