pakka

ଲକ୍ଷ୍ମୀ ବସ୍‌ ଚାପାରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

bbehera

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଲୋଇସିଂହା ଥାନା ରାମପୁରଠାରେ ସ୍ଥାନୀୟ ଲୋକେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗତକାଲି ଟ୍ରାଏଲ୍ ପାଇଁ ଲକ୍ଷ୍ମୀ ବସ୍‌ ଯାଉଥିବା ବେଳେ ଲୋଇସିଂହା ଥାନା ରାମପୁର ନିକଟରେ ଝାରବନ୍ଧଲି ଗ୍ରାମର ହିମାଂଶୁ ସାଗରଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହ ଗାଁକୁ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଜ୍ଞାତିକୁଟୁମ୍ବ ତଥା ସ୍ଥାନୀୟ ଲୋକେ ରାମପୁରଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ରେଡକ୍ରସରୁ ୨୦ ହଜାର ତଥା ହରିଶ୍ଚନ୍ଦ୍ର ଯୋଜନାରୁ ୩ ହାଜର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା । ଲୋଇସିଂହା ଆଇଆଇସି ଯାଜ୍ଞସେନି ନାଏକ, ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ ସାହୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 − 8 =